Odiapua.com

ରାଜ୍ୟର କୃଷି ଓ କୃଷକ ସମସ୍ୟା ନେଇ ପିସିସି କିଷାନ କଂଗ୍ରେସର ୧୯-ଅଗଷ୍ଟରେ ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର

ଏ.ଆଇ.ସି.ସି କିଷାନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖପାଲ ସିଂ ଖେରା ଯୋଗଦେବେ

ଭୁବନେଶ୍ୱର ୧୭/୮ (ଓଡ଼ିଆ ପୁଅ) – ସମ୍ପ୍ରତ୍ତି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଅତ୍ୟନ୍ତ ସଙ୍ଗୀନ। ସମାଧାନ ଦିଗରେ ସରକାର ବିଫଳ। ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀମାରଣ ନୀତି ଓ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଚାଷୀକୁଳ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯ୍ୟସ୍ତ। ଏହାର ପ୍ରତିବାଦ ଓ ଚାଷୀଙ୍କ ହକ୍ ପୂରଣ ପାଇଁ ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଏକ ସ୍ୱତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବା ପରିପ୍ରେକ୍ଷୀରେ ଆସନ୍ତା ତା ୧୯.୮.୨୦୨୨ରିଖ ଶୁକ୍ରବାର ଦିନ ୧୧ଘଟିକା ସମୟରେ ପ୍ରଦେଶ କଂଗ୍ରେସ ଭବନଠାରେ ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପଞ୍ଜାବ ରାଜ୍ୟ ବିଧାୟକ ଶ୍ରୀଯୁକ୍ତ ସୁଖପାଲ ସିଂ ଖେରା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଓ ବିଧାୟକ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ପରାମର୍ଶ ପ୍ରଦାନ କରିବେ। ଏଣୁ ପିସିସି କିଷାନ କଂଗ୍ରେସର ରାଜ୍ୟ କମିଟିର ସମସ୍ତ କର୍ମକର୍ତ୍ତା/ ସଦସ୍ୟ ଓ ସମସ୍ତ ଜିଲ୍ଲା ଓ ବ୍ଳକ ଅଧ୍ୟକ୍ଷବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ କିଷାନ କଂଗ୍ରେସର ଉପାଧ୍ୟକ୍ଷ ଶ୍ରୀ ଉମେଶ ସାହୁ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।