Odiapua.com

ରାଜ୍ୟରେ ୧୦ ବର୍ଷରୁ କମ୍ ଦୁଇ ଶିଶୁ କରୋନା ଆକ୍ରାନ୍ତ କରୋନା ଆକ୍ରାନ୍ତ – ଜାଣନ୍ତୁ ଆକ୍ରାନ୍ତ ଶିଶୁଙ୍କ ସମ୍ପର୍କ ବିଷୟରେ

ଭୁବନେଶ୍ୱର୧୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାଇରାଜ୍ୟର ପ୍ରଥମ ଥର ଲାଗି ୧୦ ବର୍ଷରୁ କମ୍ ବୟସର ଦୁଇ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାର ଶୁକ୍ରବାର କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଝାରପଡ଼ାର ୫ବର୍ଷ ଓ ୯ ବର୍ଷର ଦୁଇ ଜଣ ଶିଶୁ କନ୍ୟା କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି କହିଛି। ଏଥିସହ ଝାରପଡ଼ାର ଜଣେ ୩୭ ବର୍ଷର ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ କିଛି ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ଜନୈକ ୭୨ ବର୍ଷର ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ ବୋଲି କୁହାଯାଇଛି। ସଂପୃକ୍ତ ମହିଳା ଓ ଦୁଇ ଶିଶୁ କନ୍ୟା ମାର୍ଚ୍ଚ ୨୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଘରେ ଥିଲେ। ତେବେ ଏମ୍ସରେ ସେତେବେଳେ ଚିକିତ୍ସାଧୀନ ଥିବା ଉକ୍ତ ୭୨ ବର୍ଷର ବ୍ୟକ୍ତିଙ୍କ ନିକଟକୁ ସେମାନେ ଏପ୍ରିଲ ୪ ଓ ୫ ତାରିଖରେ ଯାଇଥିଲେ। ଏହାପରେ ଏପ୍ରିଲ ୬ରୁ ୯ ତାରିଖ ପର୍ଯ୍ୟନ୍ତ ସେମାନେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଏପ୍ରିଲ ୮ ତାରିଖରେ ସେମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା ଏବଂ ୯ ତାରିଖରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେମାନଙ୍କୁ ୧୦ ତାରିଖରେ କିମ୍ସ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି।