Odiapua.com

ରାଜ୍ୟରେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ମାନ୍ୟବର ସମ୍ବୋଧନ କରାଯିବ

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) ସ୍ୱାଧିନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧିନତା ସଂଗ୍ରାମୀମାନଙ୍କୁ ସଭାସମିତିରେ ସମ୍ବୋଧନ କରିବା ସମୟରେ “ମାନ୍ୟବର” ଭାବରେ ସମ୍ବୋଧନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଓ ସ୍ବାଧିନତା ସଂଗ୍ରାମୀମାନଙ୍କୁ ହିଁ କେବଳ “ମାନ୍ୟବର” ସମ୍ବୋଧନ କରାଯିବ।