ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚାନ୍ଦବାଲିରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଯେଭଳି ଭାବେ ଶିଶୁ ଓ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି, ସେଥିନେଇ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ କୁମାର ମାଝୀଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ ବିଜେପି ସରକାରରେ ଭଦ୍ରକ ଜିଲା ତଥା ସମଗ୍ର ଓଡ଼ିଶାରେ ଶିଶୁ ଓ ମିହଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବିଶେଷ ଭାବେ ବୃଦ୍ଧି ହୋଇଚାଲିଛି। ଗତ ଡିସେମ୍ବର ୨୩ ତାରିଖରେ ଚାନ୍ଦବାଲି ବାଲିଗାଁର ୧୦ ବର୍ଷର ଦିବ୍ୟାଙ୍ଗ ନାବାଳିକା ଧର୍ଷଣ ଓ ହତ୍ୟା, ୧୮ ଡିସେମ୍ବରରେ ସହୀଦନଗର ଭୁବନେଶ୍ୱରରେ ୧୭ ବର୍ଷିୟା ନାବାଳିକା ଗଣଧର୍ଷଣ, ୧୦ ଡିସେମ୍ବରରେ ଧଉଳି ଭୁବନେଶ୍ୱରରେ ଛାତ୍ରୀ ଧର୍ଷଣ, ୨୨ ଅକ୍ଟୋବରରେ ମୟୂରଭଂଜରେ ନାବାଳିକା ଆଦିବାସୀ କନ୍ୟା ଗଣଧର୍ଷଣ, ୨୯ ଅଗଷ୍ଟରେ ସୁନ୍ଦରଗଡରେ ଶିକ୍ଷକଙ୍କ ଦ୍ୱାରା ୭ ଛାତ୍ରୀଙ୍କ ଯୌନ ନିର୍ଯ୍ୟାତନା, ୧୯ ଅଗଷ୍ଟ କଟକରେ ଅଟୋ ଚାଳକ ଦ୍ୱାରା ନାବାଳିକା ଧର୍ଷଣ, ଜୁନ୍ ୧୫ ରେ ଗଂଜାମ ଗୋପାଳପୁର ସମୁଦ୍ର ବେଳାଭୂମିରେ ୨୦ ବର୍ଷିୟା ଛାତ୍ରୀ ଗଣଧର୍ଷଣ, ଜୁନ୍ ୧୮ ରେ କେନ୍ଦୁଝରରେ ୧୭ ବର୍ଷିୟା କନ୍ୟାକୁ ଧର୍ଷଣ ଓ ହତ୍ୟା, ଜାନୁଆରୀ ୩୧ ରେ ଯାଜପୁର ଗୁହାଳ ରେ ୧୫ ବର୍ଷିୟା ନାବାଳିକା ଧର୍ଷଣ ଭଳି ବହୁ ଲୋମ ଟାଙ୍କୁରା ଘଟଣା ଏବେ ଜନସାଧାରଣରେ କୋକୁଆଭୟ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ରିପୋର୍ଟ ଅନୁସାରେ ୨୦୨ ଧର୍ଷଣ ଉଦ୍ୟମ, ୯୮୫୧ ଯୌନ ଉତ୍ପୀଡନ, ୧୪୭୬ ଯୌନ ନିର୍ଯ୍ୟାତନା, ୨୩୧୦ ସାମୂହିକ ସ୍ଥାନରେ ମହିଳାଙ୍କୁ ଉଲଗ୍ନ ଘଟଣା, ୧୫୨ ଦୃଶ୍ୟରତୀ, ୧୪୭୬ ଯୌନ ଶୋଷଣ, ୫୫୬ ଅନୁସରଣ କରିବା, ୪ ଟି ଏସିଡ୍ ଆକ୍ରମଣ, ୧୨୯ ମହିଳା ଚାଲାଣ, ୭୯୬ ଜଣ ଯୌନ ହଇରାଣ, ୮୮୬୩ ଅପହରଣ, ୨୭୭ ଯୌତୁକ ଜନିତ ଆତ୍ମହତ୍ୟା, ୫୮୬୧ ଯୌତୁକ ନିର୍ଯ୍ୟାତନା, ୬୭୭୩ ପତ୍ନୀ ଉତ୍ପୀଡନ, ୪୯ଟି ଯୌତୁକ ଜନିତ ହତ୍ୟା ଘଟଣା ରାଜ୍ୟରେ ନାବାଳିକା ଓ ନାରୀ ସୁରକ୍ଷାକୁ କିଭଳି ବିପନ୍ନ କରିଛି, ତାହା ସ୍ପଷ୍ଟ ଅନୁମେୟ ବୋଲି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି। ବିଶେଷକରି ଅସାମାଜିକ ବ୍ୟକ୍ତିମାନେ ରାଜନୈତିକ କ୍ଷମତାର ଅପବ୍ୟବହାର କରି ଦଣ୍ଡବିଧି ଆଇନ୍କୁ ଚାପ ପ୍ରୟୋଗ କରି କୋହଳ କରାଇ ଖସିଯିବାର ଷଡଯନ୍ତ୍ରରେ ମଧ୍ୟ ଲିପ୍ତ ଅଛନ୍ତି। ଏମାନଙ୍କ ବର୍ବର କାର୍ଯ୍ୟକଳାପ ପଛରେ ସାହି, ବସ୍ତି, ଗ୍ରାମାଂଚଳ ଓ ସହରର ପ୍ରତ୍ୟେକ ସ୍ଥାନରେ ଅନାୟାସରେ ଚୋରା ମଦ, ବ୍ରାଉନସୁଗାର ଭଳି ବହୁ ମାରାତ୍ମକ ନିଶାଦ୍ରବ୍ୟ ଉପଲବ୍ଧ ହେବା ମଧ୍ୟ ଏକ ପ୍ରମୁଖ କାରଣ। ଏଭଳି ପରିସ୍ଥିତିରେ ଏହି ସ୍ମାରକପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଭଦ୍ରକ ଏସ.ପି.ଙ୍କ ମାଧ୍ୟମରେ ଚେତାଇ ଦିଆଯାଇ ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତୁରନ୍ତ ସୁଧାର କରାଯାଇ ଶିଶୁ ଓ ନାରୀମାନଙ୍କ ନାଗରିକ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତ୍ୱରିତ ଓ କଠୋର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦର୍ଶାଯାଇଛି।
ରାଜ୍ୟରେ ଶିଶୁ ଓ ମହିଳା ସୁରକ୍ଷା ନେଇ ଭଦ୍ରକ ବିଜେଡି ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????