ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଶିକ୍ଷାବର୍ଷ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭାରେ ସାରା ଓଡିଶାରେ ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୦ ଜଣ ଶିଶୁ ୧୩ ଟି ସ୍ଥାନରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ଏକାସାଙ୍ଗରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କର ଏହି ସଫଳତା ରାଜ୍ୟସ୍ତରରେ ପ୍ରଥମ ଓ ଐତିହାସିକ ସଫଳତା ଆଣିଦେଇଛି। ଏହି ସଫଳତା ପାଇଁ ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହେବାକୁ ହେଲେ ପ୍ରଥମେ ପିତା-ମାତା, ଗୁରୁଜନ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ପ୍ରତି ନିଷ୍ଠାବାନ ହୋଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେବା ସହ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜକିଶୋର ବଳ, ସଂପାଦକ ବିଭୁଚନ୍ଦନ ଜେନା, ଉପସଭାପତି ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ଓ ସଦସ୍ୟ ସର୍ବେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ହେଲେ ତୃତୀୟ ଶ୍ରେଣୀର ଶ୍ରୀ ନିଭାନ ବିଳାସ ପ୍ରାଦେଶିକ ମେଧା (୫ମ), ଶ୍ରୀ ସୌମ୍ୟ ସୌରଭ ପଣ୍ଡା ପ୍ରାଦେଶିକ ମେଧା (୭ମ), ଶ୍ରୀ ସାଇ ସ୍ୱୟମ ବେହେରା ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ) ସ୍ଥାନ ଅଧୁକାର କରିଛନ୍ତି । ସେହିପରି ପଂଚମ ଶ୍ରେଣୀର ଶ୍ରୀ କେ. ଟି. ଦିବ୍ୟଜ୍ୟୋତି ନାୟକ ପ୍ରାଦେଶିକ ମେଧା (୬ଷ୍ଠ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୮ମ), ଶ୍ରୀ କାରାନ୍ ସୋରେନ୍ ପ୍ରାଦେଶିକ ମେଧା (୧୦ମ), ଶ୍ରୀ ସାଇପ୍ରକାଶ ନନ୍ଦ ପ୍ରାଦେଶିକ ମେଧା (୧୦ମ) ସ୍ଥାନ ଅଧୁକାର କରିଛନ୍ତି । ସପ୍ତମ ଶ୍ରେଣୀରେ ଶ୍ରୀ ସାଇ ପ୍ରତ୍ୟୁଷ ବେହେରା ପ୍ରାଦେଶିକ ମେଧା (୪ର୍ଥ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୨ୟ), ଶ୍ରୀ ସାଇ ସୌରଭ ପଣ୍ଡା ପ୍ରାଦେଶିକ ମେଧା (୯ମ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ), ଶ୍ରୀ ସାଇ ଅମନ ପାଣିଗ୍ରାହୀ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୭ମ) ସ୍ଥାନ ଅଧୁକାର କରିଛନ୍ତି । ନବମ ଶ୍ରେଣୀରେ ଶ୍ରୀ ରେୟନ ସ୍ୱାଇଁ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ) ସ୍ଥାନ ଅଧିକାର କରିଛନ୍ତି ।
ରାଜ୍ୟରେ ଭଦ୍ରକ ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅପୂର୍ବ ସଫଳତା,କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଭଦ୍ରକ ବିଧାୟକ ସୀତାଂଶୁ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????