Odiapua.com

ରାଜ୍ୟରେ ବେଆଇନ୍ ଗୋ ଚାଲାଣ ଓ କଂସେଇଖାନା ବନ୍ଦ ହେବାନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ ଭଦ୍ରକ ବିଧାୟକ

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ ମାତାର ସୁରକ୍ଷା ତଥା ଗୋ ଚାଲାଣ ବନ୍ଦ କରିବା ଉଦ୍ଦେଶ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମହାରାଷ୍ଟ୍ର ପରି ଆମ ରାଜ୍ୟରେ କୌଣସି କଠୋର ଆଇନ୍ ପ୍ରଣୟନ ପାଇଁ ବ୍ୟବସ୍ଥା କରାଯାଇଛି କି ନାହିଁ ଏବଂ ଯଦି କରାଯାଇଛି, ତେବେ କେବେ ସୁଦ୍ଧା ଆମ ରାଜ୍ୟରେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏବଂ ଆମ ରାଜ୍ୟରେ କେତେଗୋଟି ବେଆଇନ୍ କଂସେଇଖାନା ଓ ବେଆଇନ୍ ଗୋରୁହାଟ ଚାଲୁଛି, ତାହା ସରକାରଙକ୍ ନଜରରେ ଅଛି କି ନାହିଁର ପ୍ରଶ୍ନ ସହ ଏଗୁଡିକୁ ବନ୍ଦ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ସହ କିଛି ବିଶେଷ ଆଇନ୍ ପ୍ରଣୟନ କରିବେ କି ବୋଲି ଆଜିର ବିଧାନସଭା ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋମାତାର ସୁରକ୍ଷା ତଥା ଗୋ ଚାଲାଣ ବନ୍ଦ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟରେ ଦି ଓଡ଼ିଶା ପ୍ରିଭେନସନ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କାର୍ଯ୍ୟ କରୁଛି ବୋଲି ସୂଚାଇବା ସହ ରାଜ୍ୟରେ କୌଣସି କଂସେଇଖାନା ଓ ବେଆଇନ୍ ଗୋରୁ ହାଟ ଚାଲୁନଥିବାର କହିଛନ୍ତି। ଏବଂ ରାଜ୍ୟର କୌଣସି ସ୍ଥାନରେ ଗୋ ଚାଲାଣ ଓ ଗୋରୁ ହତ୍ୟା ସଂପର୍କିତ ତଥ୍ୟ ହସ୍ତଗତ ହେଲେ ତୁରନ୍ତ ତାହା ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଆସୁଥିବା ବିଷୟ ସୂଚନା ଦେଇଛନ୍ତି।