Odiapua.com

ରାଜ୍ୟରେ ବିଜେପି ସରକାର ଆସିଲେ ସମସ୍ତ ଓଡିଶାବାସୀଙ୍କୁ ସାମାଜିକ ସୁରକ୍ଷା ଗ୍ୟାରେଂଟି ଦିଆଯିବ :ମୁଖତାର ନକଭୀ

ସାଲେପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ
– ମୋଦିଙ୍କ ୫ ବର୍ଷରେ ଦେଶରେ ଗୋଟିଏ ବି ହେଲେ ଦଙ୍ଗା ହୋଇନାହିଁ
– ମୋଦି ସରକାର ଦେଶରେ ଦୁର୍ନୀତି ଏବଂ ଭଷ୍ଟ୍ରଚାର ବିରୁଦ୍ଧରେ ଲଢି ସୁଶାସନ ଆଣିଛନ୍ତି
– ରାଜ୍ୟରେ ବିଜେପି ସରକାର ଆସିଲେ ସମସ୍ତ ଓଡିଶାବାସୀଙ୍କୁ ମିଳିବ ସାମାଜିକ ସୁରକ୍ଷାର ଗ୍ୟାରେଂଟି
– ସବାକ ସାଥ ସବକା ବିକାଶ ନୀତିରେ ଚାଲିବ ରାଜ୍ୟ ସରକାର
– ଚଳିତ ବର୍ଷ ଓଡିଶାର ୭୦୦ ମୁସଲିମ ବନ୍ଧୁମାନେ ହଜ୍ ପାଇଁ ଆବେଦନ କରିଛନ୍ତି ଏବଂ ସମସ୍ତଙ୍କୁ ତାଙ୍କ ଅଧିକାର ମିଳିବ
– ମୋଦି ସରକାର ଆସିଲେ ପରେ ଇତିହାସରେ ପ୍ରଥମ ଥର ଦେଶର ୨ ଲକ୍ଷ ମୁସଲମାନ ହଜ କରିବାକୁ ସାଉଦି ଆରବ ଯାଉଛନ୍ତି
– ଆରବ ଦେଶର ସର୍ବୋଚ୍ଚ ସମ୍ମାନ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛି

ଭୁବନେଶ୍ୱର, ୨୦/୦୪ (ଓଡ଼ିଆ ପୁଅ) : ମୋଦି ସରକାର ଦେଶ ସମେତ ଓଡିଶାରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି। ଦେଶର ମୁସଲମାନ ଭାଇ ଭଉଣୀ ମାନଙ୍କ ପାଇଁ ମୋଦୀ ସରକାର ଅନେକ କାର୍ଯ୍ୟ କରିଛନ୍ତି। ମୋଦି ସରକାର ବିନା ଭେଦଭାବରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ କାମ କରିଛନ୍ତି। ମୁଦ୍ରା, ଉଜ୍ଜଳା, ସୌଭାଗ୍ୟ ଯୋଜନା କେବଳ ଗୋଟିଏ ବର୍ଗର ଲୋକଙ୍କ ପାଇଁ ନୁହେଁ ବରଂ ଦେଶର ୧୩୦ କୋଟି ଲୋକଙ୍କ ପାଇଁ କରାଯାଇଛି। ମୋଦି ସରକାର ଦେଶରେ ଦୁର୍ନୀତି ଏବଂ ଭଷ୍ଟ୍ରଚାର ବିରୁଦ୍ଧରେ ଲଢି ସୁଶାସନ ଆଣିଛନ୍ତି। ପୂର୍ବରୁ କଂଗ୍ରେସ ସରକାର ସମୟରେ କିଛି ବି ଘଟଣା ହେଲେ ଦଙ୍ଗା ହେଉଥିଲା କିନ୍ତୁ ଗତ ୫ ବର୍ଷରେ ମୋଦିଙ୍କ ସମୟରେ ଦେଶରେ ଗୋଟିଏ ବି ହେଲେ ଦଙ୍ଗା ହୋଇନାହିଁ। ରାଜ୍ୟରେ ବିଜେପି ସରକାର ଆସିଲେ ସମସ୍ତ ଓଡିଶାବାସୀଙ୍କୁ ସାମାଜିକ ସୁରକ୍ଷାର ଗ୍ୟାରେଂଟି ଦିଆଯିବା ସହ ସବାକ ସାଥ ସବକା ବିକାଶର ନୀତିକୁ ଆଗେଇ ନେବ ବୋଲି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ସାଲେପୁର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ନକଭୀ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାର ସମସ୍ତ ସଂପ୍ରଦାୟ ଏବଂ ସମସ୍ତ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖି ବିକାଶ କରିଛନ୍ତି। ପୂର୍ବରୁ କଂଗ୍ରେସ ସରକାର ସମୟରେ ହଜ୍ ପାଇଁ ଯେତିକି ଆବେଦନ ଯେତିକି କେନ୍ଦ୍ର ପାଖକୁ ଯାଉଥିଲା ସେଥିମଧ୍ୟରୁ ହାତଗଣତି ଲୋକଙ୍କୁ ହଜ୍ ପଠାଯାଉଥିଲା। ହେଲେ ମୋଦି ସରକାର ଆସିଲେ ପରେ ଇତିହାସରେ ପ୍ରଥମ ଥର ଦେଶର ୨ ଲକ୍ଷ ମୁସଲମାନ ହଜ କରିବାକୁ ସାଉଦି ଆରବ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦି ଆରମ କିଙ୍ଗଙ୍କ ସହ ସୁସଂର୍ପକ ଯୋଗୁଁ ଏହା କେବଳ ସମ୍ଭବ ହୋଇ ପାରିଛି। ଆରବ ଦେଶର ସର୍ବୋଚ୍ଚ ସମ୍ମାନ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଓଡିଶାର ୭୦୦ ମୁସଲିମ ବନ୍ଧୁମାନେ ହଜ୍ ପାଇଁ ପ୍ରାର୍ଥନା ପତ୍ର ଲେଖିଛନ୍ତି ଏବଂ ସମସ୍ତଙ୍କୁ ତାଙ୍କ ଅଧିକାର ମିଳିବ। ଓଡିଶାର ଏବଂ ଦେଶର ବିକାଶ ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ନକଭୀ ଅନୁରୋଧ କରିଥିଲେ।

ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରାପଡା ଲୋକସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ସାଲେପୁର ବିଧାନସଭା ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ରାଜ୍ୟଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।