Odiapua.com

ରାଜ୍ୟରେ ପ୍ରବଳ ଗରମ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ସିଜୁଛି ଓଡ଼ିଶା। ପ୍ରବଳ ଖରାରେ ଆଉଟୁପାଉଟୁ ହେଲେଣି ଲୋକେ। ସମ୍ପୂର୍ଣ୍ଣ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ଉପରେ ରହୁଛି। ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର ଜିଲ୍ଲା ମାନଙ୍କରେ ତାପମାତ୍ରା ୪୪ଡିଗ୍ରି ପାଖାପାଖି।। ଏହାକୁ ନଜରରେ ରଖି ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।