Odiapua.com

ରାଜ୍ୟରେ ପୁଣି ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି – ଜାଣନ୍ତୁ ସେମାନଙ୍କର ତଥ୍ୟ

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଜି ଆଉ ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଁଞ୍ଚିଛି। ଏ ନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟ ସୂଚନା ବିଭାଗ ଟ୍ୱିଟ ଅନୁଯାୟୀ ୭୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୪୨ଜଣ ଏମାନେ ସମସ୍ତେ ସୁରାଟ୍‌ ଫେରନ୍ତା ବୋଲି କୁହାଯାଇଛି।

ସେହିପରି ଯାଜପୁରର ୧୭ଜଣ ଏବଂ ସୁନ୍ଦରଗଡ଼ରୁ ୨ଜଣ ରହିଛନ୍ତି। ଭଦ୍ରକ ଜିଲ୍ଲାରୁ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକ ୯ ଜଣଙ୍କ ମଧ୍ୟରୁ ୫ ସୁରାଟ ଫେରନ୍ତା, ୩ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡ଼ିଛି। ସେହିପରି ଖୋର୍ଦ୍ଧାରୁ ୩ ସୁରାଟ ଫେରନ୍ତା। ଯାଜପୁରରୁ ୧୭ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସୁନ୍ଦରଗଡ଼ରୁ ୨ କଣ୍ଟେଣ୍ଟମେଣ୍ଟ ଜୋନରୁ ବୋଲି କୁହାଯାଇଛି। ତେବେ ସୁନ୍ଦରଗଡ଼ କଣ୍ଚେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪୬୫ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।