Odiapua.com

ରାଜ୍ୟରେ କରୋନା ନେଲା ୧୬ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୬୧ କୁ ବୃଦ୍ଧି

ଭୁବନେଶ୍ୱର ୧୭ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୬ ଜୀବନ, ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୬୧ କୁ ବୃଦ୍ଧି ପାଇଛି। ତେବେ

୧. ଭଦ୍ରକ୍ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨. ଭଦ୍ରକ୍ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ।

୩. ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. ଭୁବନେଶ୍ୱରର ୯୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଓରାଲ୍ କ୍ୟାଭିଟି କର୍କଟରେ ମଧ୍ୟ ପୀଡିତ ଥିଲେ।

୫. ଭୁବନେଶ୍ୱରର ୪୦ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡିମ୍ ରେ ପୀଡିତ ଥିଲେ।

୬. ବଲାଙ୍ଗୀର ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ।

୭. କଟକ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

୮. କଟକ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ କି ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯. ଢେଙ୍କାନାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୦. ଢେଙ୍କାନାଳ ଜିଲ୍ଲାର ୧୨ ବର୍ଷର ବାଳକ।

୧୧. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡିମ୍, କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୩. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ।

୧୪. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ।

୧୫. କେନ୍ଦୁଝର ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ପୁରୁଷ।

୧୬. କେନ୍ଦୁଝର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।