Odiapua.com

ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ

ଭୁବନେଶ୍ୱର ୨୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୧୪ କୁ ବୃଦ୍ଧି ହୋଇଛି।

୧. ଅନୁଗୁଳ ଜିଲ୍ଲାର ୪୭ ବର୍ଷ ବୟସ୍କ ପୁରୁଷ।

୨. ଅନୁଗୁଳ ଜିଲ୍ଲାର ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭଦ୍ରକ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୪. କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୫. ଯାଜପୁର ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୬. ମୟୁରଭଞ୍ଜ ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ପୁରୀ ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ।