Odiapua.com

ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୯୪ କୁ ବୃଦ୍ଧି

ଭୁବନେଶ୍ୱର ୧୯ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ, ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୯୪ କୁ ବୃଦ୍ଧି ପାଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା।

୨. ବାଲେଶ୍ୱର ଜିଲ୍ଲାର ୬୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ମାନସିକ ରୋଗରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୬୮ ବର୍ଷ ବୟସ୍କା ମହିଳା।

୪. ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ୬୬ ବର୍ଷ ବୟସ୍କ ପୁରୁଷ।

୬. ଭୁବନେଶ୍ୱରର ୩୮ ବର୍ଷ ବୟସ୍କା ମହିଳା।

୭. ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୮. କନ୍ଧମାଳ ଜିଲ୍ଲାର ୧୪ ବର୍ଷର ବାଳିକା।

୯. କେନ୍ଦ୍ରାପଡା ଜିଲ୍ଲାର ୨୭ ବର୍ଷ ବୟସ୍କା ମହିଳା।

୧୦. କେନ୍ଦ୍ରାପଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୧୧. ସୁନ୍ଦରଗଡ ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।

୧୨. ସୁନ୍ଦରଗଡ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୧୩. ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୧୪. ସୁନ୍ଦରଗଡ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ।

୧୫. ସୁନ୍ଦରଗଡର ୯୪ ବର୍ଷ ବୟସ୍କ ପୁରୁଷ।

୧୬. ସୁନ୍ଦରଗଡ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ରକ୍ତହୀନତାର ଶିକାର ହୋଇଥିଲେ।

୧୭. ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା।

୧୮. ସୁନ୍ଦରଗଡ ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ।