Odiapua.com

ରାଜ୍ୟରେ ଆଜି କରୋନା କାରଣରୁ ୫ ମୃତ – ମୋଟ ମୃତକଙ୍କ ସଂଖ୍ୟା ୮୨୭୯ କୁ ବୃଦ୍ଧି

ଭୁବନେଶ୍ୱର ୧୫ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୨୭୯ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁଠାରୁ କେତେ ?

୧. ଭୁବନେଶ୍ୱରର ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ନବରଙ୍ଗପୁର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୪. ନବରଙ୍ଗପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୫. ନବରଙ୍ଗପୁର ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।