Odiapua.com

ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ରାଜ୍ୟରେ କରୋନାର ନୂଆ ଭାରିଆଂଟ ଓମିକ୍ରନ ସଂକର୍ମଣ ବଢ଼ିବାରେ ଲାଗିଛି। ତେବେ ଆଜି ପୁନଃ ୫ ଓମିକ୍ରନର ନୂଆ ମାମଲା ଚିହ୍ନଟ ହୋଇଛି। ଏନେଇ ଆଇଏଲଏସ ସୂଚନା ଦେଇଛି। ତେବେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟଯେ, ବିଶ୍ୱରେ ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି। ଦେଶରେ ମଧ୍ୟ ଓମିକ୍ରନ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ୪୩ ପ୍ରତିଶତ ବୃଦ୍ଧି ପାଇଛି। ଦିଲ୍ଲା ଏବଂ ମୁମ୍ବାଇରେ ସାମୁଦାୟିକ ସଂକ୍ରମଣ ହୋଇଥିବା କଥା କୁହାଯାଉଛି। ତେବେ ଲୋକମାନଙ୍କୁ ସାବଧାନତା ଅବଲମ୍ବଲ କରିବା ପାଇଁ ପରାମର୍ଶ ଦିଆଯାଇଛି।