Odiapua.com

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ – ଭ୍ୟାକସିନ ନଆସିବା ଯାଏଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ

ଦୁର୍ଗାପୂଜା ତଥା ଦଶହରାରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତିଯେ,

ବୃଥା ଯାଇନି ଓଡିଶାବାସୀଙ୍କ ତ୍ୟାଗ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେୟେ, ଓଡିଶା ଗତ ସାତ ମାସ ହେବ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓ ଏଥିପାଇଁ ସମସ୍ତଙ୍କୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ପଡୁଛି। ବିଶେଷ କରି ପିଲାମାନେ ଏବଂ ବୃଦ୍ଧମାନେ ଅନେକ ତ୍ୟାଗ କରିଛନ୍ତି। ଆପଣଙ୍କ ତ୍ୟାଗ ବୃଥା ଯାଇନି, ଗତ ୭ ମାସ ହେବ ଓଡ଼ିଶା କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। କରନା ସଂକ୍ରମଣ ଯୋଗୁ ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସେ କହିଛନ୍ତି ଯେ କରୋନା ମହାମାରୀର ଭୟାବହତା ଯୋଗୁ ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ଅନୁରୋଧ ରକ୍ଷା କରି ଆପଣମାନେ ମାସ୍କ ପିନ୍ଧୁଛନ୍ତି, ସାମାଜିକ ଦୂରତା ରକ୍ଷା କରିଛନ୍ତି, ହାତ ଧୋଉଛନ୍ତି। ଯାହା ଫଳରେ ସଂକ୍ରମଣ କମିଛି। ଅବଶ୍ୟ କିଛି ଲୋକ ଅମାନିଆ ହୋଇଛନ୍ତି। ସେମାନେ ପରିସ୍ଥିତି ବୁଝନ୍ତୁ। କରୋନା କମିଛି ହେଲେ ସମ୍ପୂର୍ଣ୍ଣ ଭାବେ ଯାଇନି।

ଗଞ୍ଜାମ ହଟସ୍ପଟ ଥିଲା
ଆପଣ ଜାଣନ୍ତିଯେ, ୨ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା। ପ୍ରତିଦିନ ହଜାର ହଜାର ପଜିଟିଭି ମାମଲା ଆସୁଥିଲା। କରୋନା ଯୋଦ୍ଧାଙ୍କ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ କାରଣରୁ ସେଠି କରୋନା ସଂକ୍ରମଣ କମିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ କହିଛନ୍ତି ଯେ, ଜନସାଧାରଙ୍କ ସହଯୋଗ, ଗୋଷ୍ଠୀ ଅନ୍ତର୍ଭୁକ୍ତି ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞ୍ଜାମ ଓ ଗଜପତି ସଂକ୍ରମଣ ହ୍ରାସ କ୍ଷେତ୍ରରେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭ୍ୟାକସିନ ନଆସିବା ଯାଏଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ
ଶୀତ ଋତୁରେ ବଢିପାରେ କରୋନା। ସ୍ଥିତି ଭୟଙ୍କର ହେବା ନେଇ ବିଶେଷଜ୍ଞଙ୍କ ମତ। ସେଥିପାଇଁ ଓଡିଶାବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଭ୍ୟାକସିନ ନଆସିବା ଯାଏଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ।

ୟୁରୋପୀୟ ଦେଶମାନଙ୍କରେ ଭୟଙ୍କର ରୂପ ନେଇ ଫେରିଛି କରୋନା
ଆପଣ ଜାଣନ୍ତି ୟୁରୋପୀୟ ଦେଶମାନଙ୍କରେ ମାର୍ଚ୍ଚ, ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକଙ୍କ ଜୀବନ ଯାଇଥିଲା। ପରେ କରୋନାର ପ୍ରଭାବ ଟିକେ କମିଥିଲା। କିନ୍ତୁ ଏବେ ସେସବୁ ଦେଶମାନଙ୍କରେ ପୁଣି ସଂକ୍ରମଣ ବଢିଲାଣି। ପୂର୍ବଠାରୁ ଏବେ ଅଧିକ ଭୟଙ୍କର ସ୍ଥିତି ହେଉଛି। ତେଣୁ ସେମାନେ ଲକଡାଉନ, ସଟଡାଉନକୁ ପୁଣି ଆପଣାଇଲେଣି। ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାର ପଜିଟିଭ୍ କେସ୍ ଥିବା ବେଳେ ଅକ୍ଟୋବର ୧୦ ରେ ୨୬ ହଜାରରୁ ଅଧିକ ହୋଇଗଲା। ଶୀତ ଋତୁରେ କରୋନା ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ପୂଜା ସମୟରେ ଘରେ ରହିବାକୁ, ଭିଡ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଏବଂ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ନବୀନ କହିଛନ୍ତି।

ଆମେରିକା ପରେ ଭାରତ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି।
ଆପଣ ଜାଣନ୍ତି ଆମେରୀକା ପରେ ସଂକ୍ରମଣରେ ଆମେରିକା ପରେ ଭାରତ ୨ୟ ସ୍ଥାନରେ ରହିଛି। କେରଳ କରୋନାକୁ ଭଲଭାବେ ମୁକାବିଲା କରିଥିଲା। ମାତ୍ର ସେଠାରେ ପ୍ରସିଦ୍ଧ ପର୍ବ ଓନମ ପାଳନ ପରେ ପୁଣି ସଂକ୍ରମଣ ପୂର୍ବ ଅପେକ୍ଷା ୩ ଗୁଣ ବଢିଛି। ବିଶେଷଜ୍ଞମାନେ କହୁଛନ୍ତି ଶୀତଋତୁରେ କରୋନା ଭୟଙ୍କର ହୋଇପାରେ। ତେଣୁ କରୋନା ପୁଣି ଭୟାନକ ରୂପ ନେଇପାରେ। ଆଗକୁ ଦୁର୍ଗାପୂଜା, ଦୀପାବଳି ଆସୁଛି। ମୋର ଅନୁରୋଧ ସାଧାରଣ ସ୍ଥାନରେ ଭିଡ କରନ୍ତୁ ନାହିଁ। ଘରେ ରହି ମାଆଙ୍କ ପୂଜା କରନ୍ତୁ। ପରିବାରକୁ ସୁରକ୍ଷିତ ରଖନ୍ତୁ।