ମାଲକାନଗିରି,୨୨/୪(ଓଡିଆ ପୁଅ ) ଲକ ଡାଉନ ସମୟରେ ଯାନବାହନ ଚଳାଚଳ କରୁନଥିବାରୁ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ପଳାଇଆସୁଥିବାର ଜଣାପଡିଛି । ଏମିତି ଏକ ଘଟଣା ପଡିଆ ବ୍ଲକ ଅଚଂଳରେ ଦେଖିବାକୁ ମିଳିଛି । ଆନ୍ଦ୍ରପ୍ରଦେଶ କୁ କାମକରିବାକୁ ଯାଇଥିବା କିଛି ଲୋକ ପଡିଆ ବ୍ଲକ ଛତିଶଗଡ ସୀମାନ୍ତ ଦରନାପାଲ ପୋଲଉପାର ହୋଇ କମାରଗୁଡାକୁ ଫେରୁଥିବାର ଖବର ପାଇ ପଡିଆ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା,ପିଡଆ ବିଡିଓ ରଘୁନାଥ ମୁଣ୍ଡାରି ପ୍ରମୁଖ କମାରଗୁଡା ଚେକଗେଟ ନିକଟକୁ ଯାଇ ରାଜ୍ୟପେରନ୍ତା ଶ୍ରମିକ ମାନଙ୍କୁ ସେଠାରେ ଅଟକାଇ ଥିଲେ । ସେମାନଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା ୧୪ଜଣ ପଡିଆ ବ୍ଲକ ମାଟେରୁ ପଚାଂୟତ ଗାରେମଗୁଡା, ଗଣ୍ଡାଗୁଡା,ମେଟାଗୁଡା ର ସେମାନେ ଆନ୍ଦ୍ରପ୍ରଦେଶ ଭଦ୍ରାଚଳମକୁ ଗତ ଦୁଇମାସତଳେ ଲଙ୍କାତୋଳିବା କୁ ଯାଇଥିଲେ ।ଲକ ଡାଉନ ହୋଇ ଯାଇଥିବାରୁ କାମବନ୍ଦ ହୋଇଗଲା କେତେ ଦିନ ସେମାନେ ସେଠାରେ ପଡି ରହିବେ ତେଣୁ ସେମାନେ ଭଦ୍ରାଚଳମ ଠାରୁ ଏକ ଗାଡିରେ ଆସି ପଡିଆବ୍ଲକ ଛତିଶଗଡ ସୀମାନ୍ତ ଦରନାପାଲ ପୋଲ ନିକଟରେ ଓହ୍ଲାଇ ଚାଲି ଚାଲି ଆସୁଥିଲେ । ଠିକ ସେହିପରି ନବରଙ୍ଗପୁର ଜିଲ୍ଲାର ୫ଜଣ ଶ୍ରମିକ ଭଦ୍ରାଚଳମ ଠାରେ ପାଣିପାଇପ କାମକରୁଥିଲେ,ସେମାନେ ମଧ୍ୟ ସେହିଗାଡିରେ ଫେରି ଦରନାପାଲ ଠାରେ ଓହ୍ଲାଇଥିଲେ ବୋଲି ଜଣାପଡିଛି । ଏହି ୨୨ଜଣ ଶ୍ରମିକଙ୍କୁ ପଡିଆ ଏସଏସଡି ହାଇସ୍କୁଲ ଓ ପଡିଆ ପ୍ରାଥମିକ ବିଦ୍ୟାଳୟ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ରେ ୧୪ଦିନ ପାଇଁ ରଖିବାର ବ୍ୟବସ୍ଥା କରାଯାଇଛି ବୋଲି ପଡିଆ ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।