Odiapua.com

ରାଜ୍ୟକୁ ପୁଣି ଫେରିଲା ଶୀତ ;୪ ଦିନ ଯାଏଁ ଲାଗି ରହିବ ବୋଲି ସୂଚନା

ଭୁବନେଶ୍ୱର ୧୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟକୁ ପୁଣି ଶୀତ ଫେରିବାର ପୂର୍ବାନୁମାନ କରାଯାଇଥିବା ସୂଚନା ମିଳିଛି। ଶୀତ ସହ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିଛି। ଏହି ଘନକୁହୁଡ଼ି ଆହୁରି ୪ ଦିନ ଯାଏଁ ଲାଗି ରହିବ ବୋଲି ସୂଚନା ମିଳିଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି ଫେରିବା ଯାତାୟତ ପାଇଁ ସମସ୍ୟା ସୃଷ୍ଟି କରିଛି।

ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲାରେ କୁହୁଡ଼ି ଆସ୍ତରଣ ରହିଛି। କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଏହାସହ ୧୬ ତାରିଖରେ ୮ଟି ଜିଲ୍ଲା ଓ ୧୭ ତାରିଖରେ ୭ଟି ଜିଲ୍ଲାକୁ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କଟକ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ପୁରୀ ଓ ନୟାଗଡକୁ ସତର୍କ ସୂଚନା ଦିଆଯାଇଛି। ତେବେ ଦୁଇ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବାର ମଧ୍ୟ ସମ୍ଭାବନା ରହିଛି। ରାଜ୍ୟର ୫ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଥିବାବେଳେ ଗୋଟିଏ ଜାଗାର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିଲା। ସର୍ବନିମ୍ନ ତାପମାତ୍ରାରେ ସୋନପୁର ରେକର୍ଡ କରି ୭.୪ ଡିଗ୍ରୀ ସେଲସିୟସ ରହିଛି।