Odiapua.com

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟରେ ଅର୍ଧଦଗ୍ଧ ଶବ ଉଦ୍ଧାର

ବଲାଙ୍ଗୀର ୨୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବିଶ୍ବବିଦ୍ୟାଳୟ ପଛପଟେ ଏକ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ଦେହ ଠାବ କରାଯାଇଛି। ଶରୀରଟି ମୁହଁ ମାଡି ପଡିଥିବାରୁ ପରିଚୟ ମିଳିପାରିନାହିଁ। କେହି ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡା ଯାଇଥିବା ଅନୁମାନ କରାଯାଉଛି। ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଶ୍ବ ବିଦ୍ୟାଳୟ ପଛ ପାଖ ପାଚେରୀ କିଛି ଭାଙ୍ଗିଥିବାରୁ ବଲାଙ୍ଗୀର ପୋଲିସ କ୍ୟାମ୍ପ ପଛ ପଟ ଅଞ୍ଚଳ ରେ ବୁଲି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତ ଘଟଣା ପୋଲିସ କିଛି ସୂଚନା ଦେଇନାହିଁ।