Odiapua.com

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ବର୍ଷେ ନ ପୁରୁଣୁ ଦୁର୍ନୀତି ଅଭିଯୋଗ ନେଇ ତୀବ୍ର ଅସନ୍ତୋଷ

ବଲାଙ୍ଗୀର, ୨୬-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଏକ ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯିବା ନେଇ ସବୁ ମହଲରେ ସ୍ୱାଗତ କରାଯାଇଥିଲା। ହେଲେ ଦୁଃଖ ଓ ପରିତାପର ବିଷୟ ବର୍ଷ ଟିଏ ନ ପୁରୁଣୁ ଦୁର୍ନୀତି ଓ ପରିଚାଳନା ଗତ ତୃଟି ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି।

ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ ବଡ ଧରଣର ଦୁର୍ନିତି

ଏହି ବିଶ୍ୱ ବିଦ୍ୟାଳୟ ରେ ନୂତନ ସାମଗ୍ରୀ କିଣା, ଲାଇବ୍ରେରୀ, ଓ ନିର୍ମାଣ ଆଳରେ କାଗଜପତ୍ର ରେ ଲକ୍ଷ, ଲକ୍ଷ ଟଙ୍କାର ହଡପ କରାଯାଇଥିବା ନେଇ ଲିଖିତ ଅଭିଯୋଗ ପତ୍ର ଡାକ ଯୋଗେ ବିଭିନ୍ନ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଜନସେବା ସଙ୍ଘ ସଭାପତି ଲମ୍ବୋଧର ଛତ୍ରୀଆ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦୃଢ ଦାବି କରିଛନ୍ତି। ସେହିପରି ବିଶ୍ଵ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିକୁ ବର୍ଷେ ନ ପୁରୁଣୁ ଜୁବୁଲୀ ଗେଟ୍ ର ଲାଇଟ୍ ଜଳୁନି କି ରାସ୍ତା ର ଲାଇଟ୍ ବି ଜଳୁନାହିଁ। ପ୍ଲାଟିନମ୍ ଜୁବୁଲିକୁ ବର୍ଷେ ପୁରୀ ନାହିଁ ଏପଟେ ନବନିର୍ମିତ ଗେଟ୍ ରେ ଲାଇଟ୍ ଜଳୁ ନାହିଁ ସେପଟେ ଦୀର୍ଘ ଦିନ ହେଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ନୂଆଁ ଭାବେ ବନିଥିବା ରାସ୍ତା ର ପ୍ରାୟ ସବୁଯାକ ଲାଇଟ୍ କୌଣସି କାରଣରୁ ଜଳୁ ନାହିଁ। ଏପରି କି ନିର୍ମାଣ ଧୀନ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିବା ଯୋଗୁଁ ଦୁର୍ଘଟଣା ଘଟିଚାଲିଛି।

ଆଜି ଜିଲ୍ଲା ଛାତ୍ର କଂଗ୍ରେସ ବଲାଙ୍ଗୀରର ଏକ ପ୍ରତିନିଧି ଦଳ ଯାଇ ପୌର ପାଲିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦେଖା କରି ଏବିଷୟରେ ଅବଗତ କରିଥିଲେ କିନ୍ତୁ ତାଙ୍କ କହିବା ଅନୁସାରେ ନୂତନ ଭାବେ ତିଆରି ହୋଇଥିବା ସେ ରାସ୍ତା ର ଲାଇଟ କି ଅନ୍ୟସବୁ ଜିନିଷ ଏ ପର୍ଯ୍ୟନ୍ତ ତାଙ୍କୁ ହସ୍ତାନ୍ତର କରାଯାଇ ନାହିଁ। କିନ୍ତୁ ସେ କହିଛନ୍ତି ଯେ ସେ ଏକଥା କୁ ବୁଝିକି କିଛିଟା ସମାଧାନ ର ରାସ୍ତା କାଢିବାକୁ ଚେଷ୍ଟା କରିବେ। ପରେ ଏହି ଛାତ୍ର କଂଗ୍ରେସ ଦଳ ଜାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବିଶ୍ଵବିଦ୍ୟାଳୟର କେହି ମଧ୍ୟ ଏ ବିଷୟ ରେ କିଛି ଜଣା ନାହିଁ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ମହୋଦୟ ଏ ଉପରେ ଯଥାଶୀଘ୍ର ଧ୍ୟାନ ଦେଇ ଉପରୋକ୍ତ କାର୍ଯ୍ୟ ଓ ଜନସାଧାରଣଙ୍କ ହିତ ନିମନ୍ତେ ଧ୍ୟାନ ଦେବେ ବୋଲି ଅଙ୍କିତ୍ ସାହୁ, ଟୁଲୁ ସେନ୍, ନିରଞ୍ଜନ ମିଶ୍ର, ଲୋପନ୍ ମିଶ୍ର ଓ ଅଞ୍ଚଳ ପଣ୍ଡା ଙ୍କ ସମେତ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ମଧ୍ୟ ଦାବି କରିଛନ୍ତି।