Odiapua.com

ରାଜୀବ ଗାନ୍ଧୀ ଜୟନ୍ତୀରେ ବୃକ୍ଷରୋପଣ

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାଜୀବ ଗାନ୍ଧୀ ଛାତ୍ର ଫୋରମ ବାଲେଶ୍ୱର ଶାଖା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ୭୬ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଫୋରମର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେ ଜିଲ୍ଲାରେ ଏହି ଜୟନ୍ତୀ ପାଳନ ସହ ବୃକ୍ଷରୋପଣ କରାଯାଇଥିବା ବେଳେ ବାଲେଶ୍ୱରେ ଅନୁରୂପ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ସଭାପତି ହିମାଂଶୁ ନାୟକ ଓ କାର୍ଯ୍ୟକାରୀ ସଭାପତି ଶୁଭଦୀପ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଗର୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ନବ ଭାରତ ନିର୍ମାଣରେ ତାଙ୍କର ଅବଦାନଙ୍କ ସମ୍ପର୍କରେ ସମସ୍ତେ ମନେ ପକାଇଥିଲେ। ପରେ ବାଲେଶ୍ୱର ସହର ଓ ବ୍ଲକ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିଲା। ବହୁ ଯୁବ ଓ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।