Odiapua.com

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ; ପରୋଲରେ ମୁକ୍ତ

ନୂଆଦିଲ୍ଲୀ: ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଏ. ଜୀ. ପେରରୀବଲନଙ୍କୁ ୩୦ ଦିନ ପାଇଁ ପରୋଲରେ ମୁକ୍ତ କରାଯାଇଛି।ତାମିଲନାଡୁ ସ୍ଥିତ ବେଲୋର ସେଣ୍ଟ୍ରାଲ ଜେଲରୁ ତାଙ୍କୁ ମଙ୍ଗଳବାର ଦିନ ୩୦ ଦିନ ପାଇଁ ମୁକ୍ତ କରାଯାଇଛି।ଆଜୀବନ କାରାଦଣ୍ଡ ଭୋଗୁଥିବା ପେରରୀବଲନଙ୍କ ଅସୁସ୍ଥ ବାପାଙ୍କ ଦେଖାରେଖା କରିବା ପାଇଁ ତାଙ୍କୁ ପରୋଲ୍ ମିଳିଛି।ଏହା ପୂର୍ବରୁ ୨୦୧୭ ଅଗଷ୍ଟ ମାସରେ ମଧ୍ୟ ସମାନ କାରଣ ପାଇଁ ପେରରୀବଲନଙ୍କୁ ପରୋଲ୍ ମିଳିଥିଲା।-ଦେବଦତ୍ତ ରଥ