Odiapua.com

ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ, ୨୦ ବେଆଇନ ବାଲି ଗାଡି ସହ ଜେସିବି ଜବତ

ଯାଜପୁର୭ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ବ୍ୟାସନଗର ତହସିଲ ପକ୍ଷରୁ ପାଣିକୋଇଲି ଥାନା ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ସଠିପୁର ବଜାରରେ ବେଆଇନ ବାଲି ଚାଲାଣ ଗାଡି ଉପରେ ଚଢାଉ ଜାରି ରହିଛି ।

 

ରସୁଲପୁର ତହସିଲଦାର ତଥା ବ୍ୟାସନଗର ଇନଚାର‌୍ୟ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କ ନେତୃତ୍ୱରେ ପୁଲିସ ବାହିନୀ ସହ ସୁପରଭାଇଜର ବିଷ୍ଣୁ ପଣ୍ଡା, ପଚ୍ଛିକୋଟ ଆରଆଇ ସୁଜିତ ସାମଲ, ପାଣିକୋଇଲି ଆରଆଇ ସୁଧିର ମଲ୍ଲିକ, କଂଟାଝରୀ ଆରଆଇ କାଟେ ପୂର୍ତି, ସଂଜୟ ଭୋଳ, ରସୁଲପୁର ଆରଆଇ ସନ୍ତୋଷ ପରିଡା, ନୃସିଂହ ବେହେରା, ମନୋଜ କବି ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ । ପ୍ରତ୍ୟେହ ବୈତରଣୀରୋଡ ଦେଇ ସଠିପୁରରୁ ରାଜପଥରେ ଶହ ଶହ ବେଆଇନ ବାଲି ଚାଲାଣର ଅଭିଯୋଗ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପରେ ପ୍ରଶାସନର ଚେତା ପସିଛି । କେଉଁଝର ଜିଲ୍ଲା ଡିମିରିଆ ଘାଟରୁ ଆସୁଥିବା ୨୦ଟି ଡମ୍ପର ହାଇୱା ସହ ମଥୁରାପୁର ବାଲି ଘାଟରୁ ଏକ ଜେସିବି ଜବତ କରାଯାଇ ପୁଲିସକୁ ଜିମା ଦିଆଯାଇଛି ।