Odiapua.com

ରାଜସୁନାଖଳା ପୋଲିସ ଦ୍ୱାରା ୨ ଅଭିଯୁକ୍ତ ଅଦାଲତ ଚାଲାଣ

ନୟାଗଡ/୨୯/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ରାଇସ୍ ମିଲ ସାମ୍ନାରେ ଦୀର୍ଘଦିନ ହେଲା ଚୋରା ଦେଶୀମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ରାଜସୁନାଖଳା ଫାଣ୍ଡି ରେ ଉପନିରୀକ୍ଷକ ଭାବେ ପ୍ରିତି ପ୍ରକାଶ ମହାନ୍ତି ଯୋଗ ଦେବା ପରେ ପ୍ରଥମେ ସେଠାରେ ଚଢାଉ କରିଥିଲେ। ମଦ ବିକ୍ରି କରୁଥିବା ଅଭିଯୋଗ ରେ ଗୋପୀନାଥୁର ସାହିର ନଟବର ସାହୁ ଙ୍କ ପୁଅ ନିରଞ୍ଜନ ସାହୁ (୨୪) ଙ୍କୁ ଗିରଫ କରିଥିଲେ।

ତାଙ୍କ ଠାରୁ ୩୦ ଲିଟର ହାତରନ୍ଧା ଦେଶୀମଦ ଜବତ କରାଯାଇଥିବା ଜଣାପଡିଛି। ସେହିଭଳି ଭାବରେ ଦୀର୍ଘଦିନ ହେଲା ଜାମିନ୍ ବିହିନ ଗିରଫ ପରୱାନା ଥିବା ଟାଙ୍ଗୀ ସାହିର ମହେଶ୍ୱର ସ୍ୱାଇଁ ଙ୍କ ପୁଅ ବିପିନ ସ୍ୱାଇଁ ଙ୍କୁ ମଧ୍ୟ ଗିିରଫ କରିଥିବା ଜଣାପଡିଛି। ୨ ଗିରଫ ଅଭିଯୁକ୍ତ ଙ୍କୁ ରଣପୁର ଅଦାଲତ କୁ ଚାଲାଣ କରାଯାଇଛି।