Odiapua.com

ରାଜସୁନାଖଳା ପୋଲିସ ଦ୍ୱାରା ମଦ ଜବତ ଅଭିଯୁକ୍ତ ଅଦାଲତ ଚାଲାଣ

ନୟାଗଡ଼ ୧୯/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ମଫସଲ ଗାଁଗଣ୍ଡାରେ ବି ଚୋରା ଦେଶୀମଦ କାୟା ବିସ୍ତାର କରିଛି। ଅବକାରୀ ଥାନା ଚୋରା ମଦ ଧରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ସେଥିପାଇଁ ପୋଲିସ କାର୍ଯ୍ୟ ବ୍ୟସ୍ତତା ଥିଲେ ମଧ୍ୟ ଚୋରା ଦେଶୀମଦ ଧରିବା ପାଇଁ ଅଣ୍ଟା ଭିଡିଛି। ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଉପ ନିରୀକ୍ଷକ ପ୍ରତି ପ୍ରକାଶ ମହାନ୍ତି ଗତ ୧୮ ତାରିଖ ରାତ୍ରରେ ବିଶ୍ୱସ୍ଥ ସୂତ୍ରରୁ ମଦ ବିକ୍ରି ହେଉଥିବା ଖବର ପାଇ କୁଳାସର ଗ୍ରାମରେ ଚଢାଉ କରିଥିଲେ।

ମଦ ବିକ୍ରି କରୁଥିବା ଅଭିଯୋଗ ରେ ବାଙ୍କନିଧି ନାୟକ (୩୨) କୁ ଗିରଫ କରିବା ସହ ତା ଠାରୁ ୨୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି। ପୋଲିସ ର ସୂଚନା ଅନୁଯାଇ ବାଙ୍କନିଧି ଜଣେ ଅଭ୍ୟାସ ଗତ ଚୋରା ହାତରନ୍ଧା ଦେଶୀମଦ ବିକ୍ରେତା। ଅଭିଯୁକ୍ତ କୁ ରଣପୁର ଅଦାଲତ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।