Odiapua.com

ରାଜସୁନାଖଳା କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପାଇଁ ପୁଣି ଦାବୀ ଉଠିଲା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୭- ରାଜ୍ୟ ରେ ଉନ୍ନତ ଗ୍ରାମପଞ୍ଚାୟତ ଗୁଡିକ ରେ ସମସ୍ତ ଭିତ୍ତିଭୂମି ସୃଷ୍ଟି ହେଲେ ବିଜ୍ଞାପିତ ଅଂଚଳ ଘୋଷଣା କରାଯାଇଥାଏ । ମୁଖ୍ୟତଃ ୧୦ ହଜାର ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଗ୍ରାମପଞ୍ଚାୟତ କୁ ବିଚାର କୁ ନିଆଯାଇଥାଏ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ରାଜସୁନାଖଳା ଗ୍ରାମପଞ୍ଚାୟତ ୧୮ ଗୋଟି ୱାର୍ଡ କୁ ନେଇ ଗଠିତ । ୨୦୧୦ ଜନଗଣନା ଅନୁଯାଇ ରାଜସୁନାଖଳା ଗ୍ରାମପଞ୍ଚାୟତ ୯୯୬୭ ଜନସଂଖ୍ୟା ଥିବା ସରକାରୀ ଆକଳନ ରୁ ଜଣାପଡେ । ରାଜସୁନାଖଳା ଗୋଟିଏ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପାଇଁ ସମସ୍ତ ଭିତ୍ତିଭୂମି ରହିଥିବାରୁ ଏହାକୁ ଘୋଷଣା କରିବା ପାଇଁ ଦାବୀ ଜୋର ଧରୁଛି । ଦୁଇ ଦୁଇ ଥର ସରକାରୀ ପ୍ରଚେଷ୍ଠା ପରେ ରାଜନୈତିକ ଅଭିସନ୍ଧି ରଖି କିଛିଲୋକ ବିରୋଧ କରିବାରୁ ଘୋଷଣା ଅଟକି  ରହିଛି । ଘଟଣା ରୁ ପ୍ରକାଶ ତା ୨୧/୦୩/୨୦୧୬ ରିଖ ଗ୍ରାମପଞ୍ଚାୟତ ବୈଠକ ରେ ତତ୍‌କାଳୀନ ୱାର୍ଡ ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର ରାଜସୁନାଖଳା ଗ୍ରାମପଞ୍ଚାୟତ କୁ ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ପଦକ୍ଷେପ ନେବା କୁ ପ୍ରସ୍ତାବ ଉଠାଇଥିଲେ । ଯାହାକୁ ନେଇ ତତ୍‌କାଳୀନ ସରପଞ୍ଚ ସଚ୍ଚୀକାନ୍ତ ଷଡଙ୍ଗୀ ତା ୧୪/୦୪/୨୦୧୬ ରିଖ ରେ ଗ୍ରାମପଞ୍ଚାୟତ ର ଏକ ସ୍ୱତନ୍ତ୍ର ବୈଠକ ଡକାଇଥିଲେ । ବୈଠକ ର ନିଷ୍ପତି ଅନୁଯାଇ ସରକାରୀ ସ୍ତର ରେ ସମସ୍ତ କାଗଜ ପତ୍ର ଗ୍ରହଣ କରାଯାଇ ଚିଠା ପ୍ରସ୍ତାବ ଗୃହିତ କରାଯାଇଥିଲା । ସେଥିପାଇଁ ଏକ ମାସ ସମୟସୀମା ମଧ୍ୟରେ ଇସ୍ତାହାର ଜାରି କରାଯାଇଥିଲା । ରାଜସୁନାଖଳା ମହାବିଦ୍ୟାଳୟ ଟି ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ଡିହଗାଁ ମୈାଜା ରେ ଥିବାରୁ ଉଭୟ ଗ୍ରାମପଞ୍ଚାୟତ କୁ ନେଇ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । କିନ୍ତୁ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ର ୨ଜଣ ଓ ରାଜସୁନାଖଳା ଗ୍ରାମପଞ୍ଚାୟତ ରମାବିଲ ଗ୍ରାମର ୨ ଜଣ ଚିଠା ପ୍ରସ୍ତାବ ବିରୁଦ୍ଧ ରେ ନୟାଗଡ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାଫଳ ରେ ଚିଠା ପ୍ରସ୍ତାବ କାଟ୍ ଖାଇଯାଇଥିଲା ।

ପୁର୍ନବାର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ୨୦୧୯ ମସିହା ରେ ଉଦ୍ୟମ କରି ରାଜସୁନାଖଳା କୁ ପୁର୍ନବାର ବିଜ୍ଞାପିତ ଅଂଚଳ  ପରିଷଦ ଘୋଷଣା କରିବାକୁ କାଗଜାତ କରିଥିଲେ । ଫଳରେ ଉଭୟ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ କୁ ପ୍ରସ୍ତାବ ସର୍ମ୍ପକ ରେ ମତାମତ ଲୋଡା ଯାଇଥିଲା । କିନ୍ତୁ ଉଭୟ ପଞ୍ଚାୟତ ବୈଠକ ରେ ପ୍ରସ୍ତାବ କୁ ବିରୋଧ କରାଯାଇଥିଲା । ତେଣୁ ପୁର୍ନବାର ରାଜସୁନାଖଳା ଗ୍ରାମପଞ୍ଚାୟତ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ରୁ ବାଦ୍ ପଡିଯାଇଥିଲା । ରାଜସୁନାଖଳା ପୁର୍ବତନ ସରପଞ୍ଚ ସଚ୍ଚୀକାନ୍ତ ସଡଙ୍ଗୀ ପୁର୍ନବାର ଉଦ୍ୟମ ଆରମ୍ଭ କରି ଜୁଲାଇ ଅପରାହ୍ନ ରେ ରାଜସୁନାଖଳା ର କିଛି ବୁଦ୍ଧିଜୀବି ଓ କିଛି ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଡାକିଥିବା ଜଣାଯାଇଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଏକ ପ୍ରମୁଖ ବ୍ୟବସାୟୀକ ପୀଠସ୍ଥଳ ଅଟେ । ସୁନା ରୁପା ବ୍ୟବସାୟ , ପରିବା ବ୍ୟବସାୟ ଓ ଶୁକୁଆ ବ୍ୟବସାୟ ର କେନ୍ଦ୍ରବିନ୍ଦୁ । ତେଣୁ ରାଜସୁନାଖଳା ଗ୍ରାମପଞ୍ଚାୟତ ବିଜ୍ଞାପିତ ଅଂଚଳ ପରିଷଦ ରେ ପରିଣତ ହେଲେ ଜୀବନ ଜୀବିକା ର ଉନ୍ନତି ହୋଇପାରିବ ବୋଲି ବୈଠକ ରେ ଅନୁଭବ କରାଯାଇଥିଲା ।  ବୈଠକ ର ନିଷ୍ପତି ଅନୁଯାଇ ବିଜ୍ଞାପିତ ଅଂଚଳ ପରିଷଦ ଦାବୀ କୁ ଜୋରଦାର କରାଯିବା ସହିତ ଆନ୍ଦୋଳନ କୁ ବ୍ୟାପକ କରି ୫୭ ନଂ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏ ସର୍ମ୍ପକେ ରାଜସୁନାଖଳା ଗ୍ରାମପଞ୍ଚାୟତ ସରପଞ୍ଚା  ସଶ୍ମିତା ସାହୁ ଙ୍କ ପ୍ରତିନିଧି ଦାଶରଥି ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପଞ୍ଚାୟତ ବୈଠକ ରେ ଅଧିକାଶଃ ୱାର୍ଡ ସଭ୍ୟ ମତ୍ତ ରଖିଥିଲେ ଯେ ରାଜସୁନାଖଳା କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କଲେ ଜୀବନ ଜୀବିକା ପ୍ରଭାବିତ ହେବାକୁ ଅଛି । ତେଣୁ ଘୋଷଣା କରାନଯାଉ । ସେହିଭଳି ଭାବରେ ନରେନ୍ଦ୍ରପୁର ସରପଞ୍ଚା ଗୀତାଞ୍ଜଳି ବଳିଆଳସିଂ ଙ୍କ ପ୍ରତିନିଧି ଅନୁରୁପ ମତ ଦେଇଥିଲେ ।