Odiapua.com

ରାଜପଥ ଡକାୟତି ଅଭିଯୁକ୍ତ ଗିରଫ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଉତ୍ତରବାଡ ଗ୍ରାମର ମୁନା ଜେନାକୁ ରାଜପଥ ଡକାୟତି ଅଭିଯୋଗ ମାମଲାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମୁନା ସାଥି ଅଭିଯୁକ୍ତ ପିତାମ୍ବର ବିଶ୍ୱାଳ ସହ ମିଶି ରାଜପଥରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନରୁ ଡକାୟତି କରୁଥିବା ଅଭିଯୋଗ ହୋଇଥିଲା । ଏଥିନେଇ ଥାନାରେ ୧୭୬/୨୧ନଂ ମାମଲା ଋଜୁ ହୋଇ ଅଭିଯୁକ୍ତ ପିତାମ୍ବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ମୁନା ଫେରାର ଥିଲା । ଗତକାଲି ପୁଲିସ ଫେରାର ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।