Odiapua.com

ରାଜପଥରେ ବିକ୍ରି କରୁଥିଲା ବ୍ରାଉନ ସୁଗାର, ଚେକିଂ ବେଳେ ଧରିଲା ଅବକାରୀ ଟିମ୍‌

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜପଥ କଡ଼ରେ କରୁଥିଲେ ବ୍ରାଉନ ସୁଗାର ବେପାର । ଚେକିଂ ବେଳେ ୪୫ ଗ୍ରାମ ବ୍ରାଉନ ସୁଗାର ସହ ବିକ୍ରି କରୁଥିବା ଯୁବକ ଧରିଲା ଅବକାରୀ ବିଭାଗ। ଶୁକ୍ରବାର ଭଦ୍ରକ ଅବକାରୀ ବିଭାଗ ଏଭଳି ଜଣେ ଡ୍ରଗ୍ସ ବେପାରୀକୁ ଗିରଫ କରିଛି।ସୂଚନା ଅନୁଯାୟୀ, ଭଦ୍ରକ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ନିୟମିତ ଚେକିଂ କରୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟରେ ଜଣେ ଯୁବକଙ୍କୁ ବାଇକ୍ ଉପରେ ବସିଥିବାରୁ ଦେଖି ସନ୍ଦେହ ପ୍ରକାଶ କରିଥିଲେ। ଏମିତିରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଅବକାରୀ ବିଭାଗର ମୋବାଇଲ୍ ଟିମ ଯୁବକଙ୍କୁ କାବୁ କରିଥିଲା । ଯାଂଚ ବେଳେ ତା’ ଠାରୁ ୪ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ୪୫ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଯୁବକ ଜଣକ ରାଜପଥ କଡ଼ରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ସ୍ୱୀକାର କରିଥିବା ସୂଚନା ମିଳିଛି। ଅବକାରୀ ବିଭାଗ ଯୁବକଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଓ ବାଇକ୍ ଜବତ କରିଥିବା ବେଳେ, ଗିରଫ ଯୁବକ ଜଣକ ଧାମନଗର ଥାନା ଅଧୀନ ଅଂଚଳର ବୋଲି ଜଣାପଡ଼ିଛି।