Odiapua.com

ରାଜପଥରେ ଜଳିଗଲା ବିସ୍କୁଟ ବୋଝେଇ କଣ୍ଟେନର

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ସହରର ସାହାପୁର ଛକରେ ଅପରାହ୍ନରେ ଏକ ବିସ୍କୁଟ ବୋଝେଇ ଟ୍ରକ ଜଳିଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ନିଆଁକୁ ଆୟତ କରିବା ଲାଗି ଦମକଳ ବାହିନୀକୁ ପ୍ରାୟ ୨ଘଂଟା ସମୟ ଲାଗିଥିଲାସ୍ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ବିବରଣୀରୁ ପ୍ରକାଶ ଯେ: ହାଇଦ୍ରାବାଦରୁ କୋଲକତା ଅଭିମୁଖେ ବିସ୍କୁଟ ବୋଝେଇ ଓଡି ୦୭କ୍ୟୁ-୬୨୧୧ ନମ୍ବର କଂଟେନରର ପଛଚକ ଅପରାହ୍ନ ୫ଟା ସମୟରେ ସାହାପୁର ଛକ ନିକଟରେ ଫାଟିଥିଲା। ପରେ ଅତର୍କିତ ଭାବେ ତେଲ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।