ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୬ ନମ୍ବର ଜାତୀୟ ରାଜପଥର ଜମିନିବିନ୍ଧା ଠାରେ ଥିବା ଏକ ପେଟ୍ରୋଲ ପମ୍ପ ଠାରୁ ଅନତି ଦୂରରେ ଗୁରୁବାର ମଧ୍ୟାହ୍ନରେ ଏକ ଚାଉଳ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି।ଗାଡ଼ିଟି ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହି ଚାଳକ ଓ ହେଲପର ରୋଷେଇ କରୁଥିବା ବେଳେ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁ ଲିଭାଇଥିଲେ।ଏହି ଟ୍ରକରେ କଲିକତାରୁ କାକିନାଡ଼ାକୁ ଚାଉଳ ପରିବହନ ହେଉଥିବା ସୂଚନା ମିଳିଛି।