Odiapua.com

ରାଜପଥରେ ଓଲଟିଲା ବାଲିବୋଝେଇ ହାଇୱା

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାର ୧୬ନଂ ଜାତୀୟ ରାଜପଥରେ ବୁଧବାର ଦିନ ପ୍ରାୟ ୩ଟା ସମୟରେ ଏକ ବାଲିବୋଝେଇ ହାଇୱା ଓଲଟିପଡି ଗାଡିଚଳାଚଳ ବ୍ୟାହତ ହୋଇଥିଲା । ବାଲେଶ୍ୱର ଅଭିମୁଖେ ଯାଉଥିବା ଏହି ଯାନଟିର ବ୍ରେକ ଫେଲ ହୋଇଯିବାରୁ ଚାଳକ ଗାଡିକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବୋଲି ଚାଳକର ବୟାନକୁ ଆଧାର କରି ପୁଲିସ କହିଛି । ରାଜପଥ ନିର୍ମାଣ କାର୍ଯ୍ୟ ପାଇଁ ଏଠାରେ ରାଜପଥ ଏକପାଖିଆ ଭାବେ କାର୍ଯ୍ୟକରୁଥିବାରୁ ରାସ୍ତା ମଝିରେ ଯାନଟି ଓଲଟିପଡି ଅବରୋଧ କରିଥିଲା । ପୁଲିସ ପହଞ୍ôଚ ବାଲିଗାହି ସହ ବାଳି ଉଠାଇଥିଲେ ହେଁ ଦୀର୍ଘ ସମୟ ପରେ ସ୍ୱାଭାବିକ ହୋଇଥିଲା ।