Odiapua.com

ରାଜନେତା ତଥା ସାରସ୍ୱତ ସାଧକ ଦିବଂଗତ ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ବିଧାୟକ ଓଡ଼ିଶା ବିଧାନସଭା ବିରୋଧୀ ଦଳର ନେତା, ପ୍ରଗଳ୍ଭ ବକ୍ତା, ନିର୍ଭିକ ବ୍ୟକ୍ତିତ୍ୱ, ସାରସ୍ୱତ ସାଧକ, ବରିଷ୍ଠ ସାମ୍ବାଦିକ, ଦରଦୀ ପ୍ରାଣର କବି, ସାଧନା ସାହିତ୍ୟ ଏକାଡେମୀର ସଭାପତି, ସୁସଂଗଠକ ତଥା ‘ଘାସଫୁଲ’ ପତ୍ରିକା ସଂପାଦକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗରେ ସାଧନା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ କଳ୍ପନାଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ, ମୋଟେଲଛକ ଭଦ୍ରକ ଠାରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ପୌରୋହିତ୍ୟରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତଃ ସେଠୀ ଜଣେ କେବଳ ସୁଦକ୍ଷ ବିଧାୟକ ତଥା ବିରୋଧୀ ଦଳର ଉପନେତା ନଥିଲେ, ବରଂ ଜଣେ ମାନବବାଦୀ ସାରସ୍ୱତ ସାଧକ, ନିର୍ଭିକ ସାମ୍ବାଦିକ, ସର୍ବୋପରି ମାଟି ପ୍ରାଣ, ଭାଷାପ୍ରାଣ, ଜାତି ପ୍ରାଣ, ସ୍ପଷ୍ଟବାଦୀ ଦୂରଦ୍ରଷ୍ଟା ସଂଗଠକ ଓ ପରୋପକାରୀ ମଣିଷ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ତଥା ସାହିତ୍ୟିକ ଦୀନବନ୍ଧୁ ପତି, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ. ରାମଚନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସାହିତ୍ୟିକ ଇଂ ଅଭୟ ସୂତାର, ପୂର୍ବତନ ଅଧ୍ୟକ୍ଷ କବି ଅବନି କୁମାର ପ୍ରଧାନ, ନାଟ୍ୟଶ୍ରୀ ନିର୍ମଳ ରାଉତ, କବୟିତ୍ରୀ ଗୀତାରାଣୀ ଆଇଚ, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ଅଧ୍ୟାପକ ନିହାର ରଂଜନ କର, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ଡାକ୍ତର ଅନୀଲ କୁମାର ଦାସ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, କବି ମୁକ୍ତିକାନ୍ତ ମଲ୍ଲିକ, କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଆଡଭୋକେଟ୍ ମହେଶ ଚନ୍ଦ୍ର ରାୟ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ଅଭିନେତା ଓ ସଂଗଠକ ଗୌରାଙ୍ଗ ଚନ୍ଦ୍ର ବାରିକ, ଶିକ୍ଷୟିତ୍ରୀ ମନସ୍ମିତା ଦାସ, ଦମୟନ୍ତୀ ସାହୁ, କବି ଓ ଶିକ୍ଷକ ଅବଦୁଲ ଦୟାନ, ମୁସ୍ତାକ ଗହ୍ୱର ପ୍ରମୁଖ ଯୋଗଦେଇ ଦିବଂଗତ ସେଠୀଙ୍କ ବ୍ୟକ୍ତିତ୍ୱ ଉପରେ ଶ୍ରଦ୍ଧାଞ୍ଜଳି ସୁମନ ଆଲୋକପାତ କରିଥିଲେ।