Odiapua.com

ରାଜନିତୀ ବିଜ୍ଞାନ ବିଭାଗର ପାଠଚକ୍ର

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟ ସଭାଗୃହରେ ରାଜନିତୀ ବିଜ୍ଞାନ ବିଭାଗ ଦ୍ୱାରା ପାଠଚକ୍ର ଆଜି ଆୟୋଜିତ ହୋଇଯାଇଛି । ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ଶାନ୍ତନୁ କୁମାର ଜେନା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ପାଠଚକ୍ରର ଆଲୋଚ୍ୟ ବିଷୟ ଭାରତୀୟ ସମ୍ବିଧାନର ପ୍ରସ୍ତାବନା:ମାପଦଣ୍ଡ ଥିଲା । ବିଶେଷଜ୍ଞ ସିମୁଳିଆ କଲେଜର ପ୍ରାଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାଶ ତାଙ୍କର ସାର ଗର୍ଭକ ବକୃତା ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷା ତଥା ବର୍ତମାନର ଓଡିଆ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରେମଲତା ଦାଶ, ଅଧ୍ୟାପକ ନିରଞ୍ଜନ ପାଲ, ପ୍ରକାଶ କୁମାର ରାଉତ, ଏ.ଜି ଅଲ୍ଲୀ, ଅଧ୍ୟାପିକା ମନ୍ଦାକିନୀ ଦାସ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପାଠଚକ୍ରରେ ରାଜନିତୀ ବିଜ୍ଞାନ ବିଭାଗର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।