Odiapua.com

ରାଜନଗର ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ରାଜନଗର ପଞ୍ଚାୟତରେ ଓଡ଼ିଆପକ୍ଷ -୨୦୨୬ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସରପଞ୍ଚ ଗୌରୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ରାମେଶ୍ୱର ମନ୍ଦିର, ପଞ୍ଚମୁଖୀ ହନୁମାନ ମନ୍ଦିର,ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ସହିତ ବିଭିନ୍ନ ଗ୍ରାମରେ ସଫେଇ କରାଯାଇଥିଲା। ପଞ୍ଚାୟତର ସମିତିସଭ୍ୟ ଦେବେନ୍ଦ୍ର ଦାସ,ପିଇଓ ସସ୍ମିତା ବାରିକ, ଏଡିଓ ପ୍ରଶାନ୍ତ ସାହୁ,ସମାଜସେବୀ ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, କେଦାର ବଳ ପ୍ରମୁଖଙ୍କ ସମେତ ମହିଳା ସଂଘର ସିଆରପି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପ୍ରଶଂସା କରିଥିବା ଜଣାଯାଇଛି।