Odiapua.com

ରାଜଧାନୀ ଭୁବନେଶ୍ଵରରେ ୫ମ ଏନକାଉଣ୍ଟର

ଭୁବନେଶ୍ୱର, ୦୪/୮: (ଓଡିଆ ପୁଅ/ପଙ୍କଜିନୀ ନାୟକ): ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପଞ୍ଚମ ଥର ପାଇଁ ଏନକାଉଣ୍ଟର କରିଛି ପୋଲିସ।

ଖଣ୍ଡଗିରି ଥାନା ଭରତପୁର ଅଂଚଳରେ ଆଜି ଅପରାଧୀ ରବି ରାଓକୁ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ତେବେ ରବି ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ଏବଂ ରବି ଆଗରୁ ଅନେକ ରାହାଜାନି, ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇଛି ପୋଲିସ।