ଭୁବନେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ରାଜଧାନୀବାସୀଙ୍କୁ ଏବେ ଲୁଟେରାଙ୍କ ଭୟ ମାଡ଼ି ବସିଛି । କାରଣ ଭୁବନେଶ୍ଵର ରେ ଏବେ ଦିନକୁ ଦିନ ଲୁଟେରାଙ୍କ ରାଜ ବଢୁଛି । ଏଭଳି ଘଟଣା ଗତକାଲି ସାମନ୍ତରାପୁର ନିକଟରେ ଘଟିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘର ଝରକା ତାଡି ଲୁଟେରା ଲୁଟ କରିଛନ୍ତି । ୬ ଜଣ ଲୁଟେରା ପ୍ରଥମେ ତାଙ୍କ ଘର ପଛପଟ ଝରକା ତାଡି ଭିତରକୁ ପଶିଥିଲେ । ପରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁ ଓ ତାଙ୍କ ସ୍ତ୍ରୀ ଏହା ଜାଣି ପାରିଥିଲେ । ତେବେ ଲୁଟେରା ମାନେ ଏମାନଙ୍କୁ ଏକ ରୁମରେ ବନ୍ଦ କରି ସମସ୍ତ ଗହଣା ଓ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ପରେ ଥାନାରେ ଅଭିଯୋଗ ପରେ ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।