Odiapua.com

ରାଜଗିରୀ ଓ ଝରଦେଇ ଠାରେ ସ୍ୱଚ୍ଛ ନୟାଗଡ଼ ଅଭିଯାନ

ନୟାଗଡ଼, ୧୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପିକନିକ୍ ଋତୁ ଓ ନୂଆବର୍ଷ ପରିପ୍ରେକ୍ଷିରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କୁଢ କୁଢ ଅଳିଆ ଆବର୍ଜନା ଜମା ହୋଇ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ୁଥିବାବେଳେ ଏହାକୁ ସଫା କରି ସ୍ୱଚ୍ଛତା ଆଣିବାରେ ନୟାଗଡ଼ ସେବା ଉତ୍ସବ ସମିତି ଅଂଟା ଭିିଡ଼ିଛି। ଏପରି ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଯୁବ ଦିବସରୁ ଆରମ୍ଭ ହୋଇଥିବାବେହେଳ ସ୍ୱଚ୍ଛ ନୟାଗଡ଼ ଅଭିଯାନ ମକର ସଂକ୍ରାନ୍ତୀରେ ଗୁରୁବାର ରାଜଗିରୀ କଦଳୀ ଝର ଓ ଝରଦେଇ ପୀଠ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ଅଗ୍ରଣୀ ଯୁବ ସଂଗଠନ ଫ୍ରେଣ୍ଡସ୍ ହେଲ୍ପ ଗୃପ, ନେହେରୁ ଯୁବକେନ୍ଦ୍ର ସଂଗଠନ, ଶ୍ରୀକୃଷ୍ଣ କ୍ଳବ ଓ ରାଜସୁନାଖଳା ମହୋତ୍ସବ କମିଟିର ମିଳିତ ସହଯୋଗରେ ଜିଲାବ୍ୟାପି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସଫେଇ କରାଯାଉଥିବାବେଳେ ଆଜି ରାଜଗିରୀ କଦଳୀଝର ଓ ଝରଦେଇ ପୀଠକୁ ସଫା କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଛାତ୍ରନେତା ପୃଥୀରାଜ ଦଳବେହେରା, ଯୁବସ୍ୱେଚ୍ଛାସେବୀ ଡାଉଲ ପ୍ରଧାନ, ଲଲାଟେନ୍ଦୁ ନାୟକ, ରାଜେନ୍ଦ୍ର ବରାଡ଼, ଲକ୍ଷ୍ମୀ ଚମ୍ପତ୍ତି, ସୁଶାନ୍ତ ପଲେଇ, ପ୍ୟାରିମୋହନ ଚମ୍ପତ୍ତି, କୁନା ନାୟକ, କାହ୍ନୁ ପ୍ରଧାନ, ମାନଓ ବରାଡ଼, ପରମେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ଭାଗନେଇଥିେଲେ। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆସନ୍ତା ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡ଼ିଛି।