Odiapua.com

ରାଗି ଗଲେ ଅନୁଷ୍କା

ମୁମ୍ବାଇ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଖୁବ ଜୋରରେ ରାଗିଛନ୍ତି। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। ଏପରି କ’ଣ ହେଲା ଯେ ଅନୁଷ୍କାଙ୍କ ରାଗ ବଢିଯାଇଛି।

ଜଣେ ବ୍ୟକ୍ତି ଗୋଟେ କୁକୁରକୁ ଅତି ନିର୍ଦୟ ଭାବେ ପିଟୁଥିବାର ଦେଖି ଅନୁଷ୍କା ରାଗି ଯାଇଥିଲେ। ଏଥିପାଇଁ ସୋସିଆଲ ମିଡିଆରେ ଅନୁଷ୍କା ଉକ୍ତ ବ୍ୟକ୍ତିଙ୍କ ଉପରେ ନିଜର ରାଗ ସାରିଛନ୍ତି। କେବଳ ଏତିକି ନୁହେଁ, ଅନୁଷ୍କା ସରକାରଙ୍କୁ ପଶୁ କ୍ରୁରତା ଅଧିନିୟମ ୧୯୬୦ରେ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରିଛନ୍ତି।