Odiapua.com

ରାକ୍ଷୀ ପୂର୍ଣ୍ଣିମାକୁ ଆଉ ମାତ୍ର ୩ ଦିନ ରହିଲା : ରାକ୍ଷୀ ବଜାର ମାନ୍ଦା ପଡିଛି

ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଉ ମାତ୍ର ୩ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହେବ। ରାକ୍ଷୀ ପୂର୍ଣ୍ଣିମା ପାଇଁ ପୁରୀ ସହରରେ ବଡଦାଣ୍ଡ ସମେତ ଅନ୍ୟାନ୍ୟ ସାହି ଗଳିକନ୍ଦିରେ ସହ ସହ ରାକ୍ଷୀ ଦୋକାନ ଖୋଲିଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍ -୧୯ ପାଇଁ ସହରରେ ସେତେ ରାକ୍ଷୀ ଦୋକାନ ଖୋଲିନଥିବା ଦେଖାଯାଏ। ବିଭିନ୍ନ ସ୍ଥାନରେ ଯେତିକି ରାକ୍ଷୀ ଦୋକାନ ଖୋଲାଯାଇଛି। ଦୋକାନ ଗୁଡିକରେ ଗ୍ରାହକ ମାନଙ୍କର ସଂଖ୍ୟା ହ୍ରାସ ପାଇଛି। କୌଣସୀ ଦୋକାନରେ ଗହଳି ଚହଳୀ ମଧ୍ୟ ଦେଖାଯାଉନାହିଁ। ମହାପ୍ରଭୁଙ୍କର ରାକ୍ଷୀ ପାଇଁ ପାଟରା ବିଶୋଇ ସେବାୟତ ପ୍ରସ୍ତୁତି କାର୍ଯ୍ୟ ରେ ଲାଗିପଡିଛନ୍ତି। ଏବଂ ଏହି କାର୍ଯ୍ୟ ପ୍ରୟତଃ ଚୁଡାନ୍ତ ପଯ୍ୟାୟ ରେ ପହଚିଛି। ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ଦିନରୁ ପାଟରା ବିଶୋଇ ସେବାୟତ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରିଥିବା ରାକ୍ଷୀ ନେଇ ଶ୍ରୀମନ୍ଦିର ଗାରଦ ଘରେ ଦେବେ।ପାଟରା ବିଶୋଇ ଜଗନ୍ନାଥ ପାତ୍ର ସୁଧପୁତ ଭାବେ ତାଙ୍କ ପରିବାର ସଦସ୍ୟଙ୍କ ସହ ମହାପ୍ରଭୁଙ୍କର ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି।