Odiapua.com

ରାଉରକେଲାରେ ଶୀତଳଷଷ୍ଠୀର ଧୂମ୍

ରାଉରକେଲା ୯-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଶୀତଳଷଷ୍ଠୀକୁ ନେଇ ଦୁଲୁକି ଉଠିଛି ସମଗ୍ର ଦକ୍ଷିଣ ରାଉରକେଲା। ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ପଟୁଆରରେ ବାହାରିଥିଲେ ଭୋଳାନାଥ। ଏହାକୁ ନେଇ ଉତ୍ସବମୁଖର ହୋଇ ଉଠିଥିଲା ରାଉରକେଲା ରାଉରକେଲାର ଟିମ୍ବର କଲୋନୀ ସ୍ଥିତ ମୁକ୍ତେଶ୍ୱର ମନ୍ଦିର। ବିଭିନ୍ନ ମନ୍ଦିରରେ ପାରମ୍ପାରିକ ରୀତିନିତୀ ଅନୁଯାୟୀ ହର ପାର୍ବତୀଙ୍କ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ଶୈବପୀଠ ଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ସଂଧ୍ୟାରେ ବାଜା, ନାଚ, ବାଣ ରୋଷଣୀ ଓ ଡିଜେ, ସଂଗୀତ ମାହୋଲରେ ମହାଦେବଙ୍କ ବରଯାତ୍ରୀରେ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ। ସମଗ୍ର ଅଂଚଳରେ ଛାଇ ଯାଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ବିଭିନ୍ନ ଶିବମନ୍ଦିରରେ ରାତ୍ରୀରେ ପୂଜକ ମାନଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ଶୀତଳଷଷ୍ଠୀ ଅବସରରେ ଶିବମନ୍ଦିର ଗୁଡ଼ିକରେ ସ୍ଥାନରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଗହଳି ପରିଲିକ୍ଷିତ ହୋଇଥିଲା। ସ୍ଥାନୀୟ ପୁଲିସ କର୍ମୀ ସଦଳବଳେ ଉପସ୍ଥିତ ରହି ଶାନ୍ତିଶୃଖଂଳା ରକ୍ଷା କରିଥିଲେ। ସେକ୍ଟର-୨୨ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ବରଙ୍କର ପିତା ଭାବେ ନିରଂଜନ ନାୟକ ଓ ମାତା ସସ୍ମିତା ନାୟକ ଓ କନ୍ୟା ପିତା ମାତା ଭାବେ ସବିତା ନାୟକ ଓ ନୀଳାଚଂଳ ନାୟକ ବିବାହ ଦାୟିତ୍ୱ ତୁଲାଇଥିଲେ। ସାରନଗରୀ ସ୍ଥିତ ବର ପିତା ଘରୁ ଗଂଜୁ ମାର୍କେଟ ଦେଇ ବରଯାତ୍ରୀରେ ମହାଦେବଙ୍କ ସହ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ। ବାଜା ବାଣ ସହ ସାରନଗରୀ ପରିକ୍ରମା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିର ନିକଟରେ ପହଂଚିଥିଲା ମହାଦେବଙ୍କ ସୁସଜ୍ଜିତ ରଥ। ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ଏହାପରେ ରାତିରେ ରିତୀନୀତି ଅନୁଯାୟୀ ହରପାର୍ବତୀଙ୍କ ବିବାହ ଅନୁଷ୍ଠିତ କରାଯାଇଥିଲା। ବିବାହରେ ପୂଜକ ବିନାୟକ ଦାଶ ଓ ହରିହର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।