Odiapua.com

ରାଉରକେଲାରେ ରଜ ଉତ୍ସବ, ବିଭିନ୍ନ ପ୍ରତିଯୋଗିତା

ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ଆଜି ରଜ ଊତ୍ସବର ପହିଲି ରଜରେ ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଜ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ପ୍ରବନ୍ଧ ପ୍ରତିଯୋଗିତାରେ ‘ଓଡ଼ିଆ ପରିବାରରେ ରଜ’, ଚିତ୍ରାଙ୍କନରେ ‘ରଜ ଦୋଳି ଖେଳୁଥିବା ଜଣେ ଯୁବତୀ’ ଓ ଝୋଟି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରା ରଜ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆର ଗଣପର୍ବ ରଜ ସମନ୍ଧରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖର ମୁନ୍ନୀ, ସୁନୀଲ ସାମଲ, ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ଆଜି ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୬ ତାରିଖରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।