Odiapua.com

ରାଉରକେଲାରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ

ରାଉରକେଲା ୨୧-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ସ୍ୱାସ୍ଥ୍ୟ ଓ ସନ୍ତୋଷର ମହାପର୍ବ ଅର୍ନ୍ତଜାତୀୟ ଯୋଗ ଦିବସ ରାଉରକେଲାରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଘରୋଇ ଶିକ୍ଷାନୁଷ୍ଠାନ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମହାସମାରାହରେ ପାଳିତ ହୋଇ ଯାଇଛି। ପ୍ରାୟ ସବୁଠି ଲୋକ ମାନେ ଯୋଗ କରି ଯୋଗ ଦିବସରେ ନିଜକୁ ସାମିଲ କରିଥିଲେ। ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ପାଳନ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରାଯାଇଥିଲା। ଯୋଗ ଗୁରୁ ବିଭିନ୍ନ ପ୍ରକାର ଯୋଗ ସମ୍ବନ୍ଧରେ ସମକ୍ୟ ଧାରଣା ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସହ କିଛି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖର ମୁନ୍ନୀ, ନିର୍ଦ୍ଦେଶକ ସରୋଜ ବେହେରା, ଶିକ୍ଷକ ସୁନୀଲ ସାମଲଙ୍କ ସମେତ ଡାକ୍ତର ରାହାସ ବିହାରୀ ମହାପାତ୍ର, ଚିତରଂଜନ ନନ୍ଦ, ଅରୁଣ କୁମାର ପରିଡ଼ା, ତ୍ରୀନାଥ ଦାସମୋହିନୀ, ସମାଇ ସୋରେନ, ସୁବୋଧ ନାୟକ, କ୍ଷୀରୋଦ ପଶାୟତ ପ୍ରମୁଖ ଉପସ୍ଥିତ ରହି ଅର୍ନ୍ତଜାତୀୟ ଯୋଗ ଦିବସରେ ସାମିଲ ହୋଇଥିଲେ।