Odiapua.com

ରାଇଚରଣଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ; ‘ଶ୍ରଦ୍ଧା ସୁମନ’ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର/ଯାଜପୁର୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ରାଧାନଗର ପାଟଣାର ଯୁବ ସମାସଜସେବୀ ତଥା ବ୍ୟାସନଗର ଶିଶୁମନ୍ଦିର ସଙ୍କୁଳ ପ୍ରମୁଖ ଗୋପାଳ ଚରଣ ସାହୁ(ରାଇଚରଣ)ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସୋମବାର ସନ୍ଧ୍ୟାରେ ନଟବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭା ଶଙ୍ଖଚିଲା ସରସ୍ୱତୀ ଶିଶୁମନ୍ଦିରର ସଭାପତି ଡକ୍ଟର ମୋହନଚରଣ ଖୁଂଟିଆଙ୍କ ସଂଚାଳନାକରିଥିଲେ । ସଭାରେ ଅତିଥିଭାବେ କୋରାଇ ବିଧାୟକ ଅଶୋକ ବଳ ଯୋଗଦେଇ ରାଇବାବୁ ଜଣେ ଶିକ୍ଷାସଙ୍ଗଠକ, ପରୋପକାରୀ, ସଙ୍ଗଠନପ୍ରେମୀ ମଣିଷ ଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିକାଶ ସମିତିର ଉତର-ପୂର୍ବ ସମ୍ଭାଗର ସଭାପତି ପ୍ରଫୁଲ୍ଲ କୁମାର ବୋଇତାଇ, ବ୍ୟାସନଗର ଶିଶୁମନ୍ଦିରର ସଭାପତି ଡକ୍ଟର ଅକ୍ଷୟ କୁମାର ପଣ୍ଡା, ପ୍ରାନ୍ତ ସଙ୍ଗଠକ ସଙ୍ଗଠକ ରମେଶ ଚନ୍ଦ୍ର ମହାନ୍ତ, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ଆଇନିଜୀବୀ ବିବେକାନନ୍ଦ ମହାନ୍ତି, ସରପଂଚ ସୁଶାନ୍ତ କୁମାର ସାହୁ, ଶିକ୍ଷାବିତ ଉଦୟ କୁମାର ମଲ୍ଲିକ, ମନୋଜ କୁମାର ଦାସ, ରଘୁନାଥ ସାହୁ, କୁଳମଣି ସାହୁ, ରଘୁନାଥ ସାହୁ, ପ୍ରାଧ୍ୟାପକ ଶିବ ଚରଣ ମାଝି, ବିଷ୍ଣୁ ଚରଣ ସାହୁ, ଅଧ୍ୟାପକ ମଳୟ କୁମାର ମଲ୍ଲିକ, ବ୍ୟଙ୍ଗକବି ବାଇଧର ମାଝି, ଅରବିନ୍ଦ ଷଣ୍ଢ, ବସନ୍ତ ରାଉତ, ଜ୍ଞାନରଞ୍ଜନ ରାଉତ, ଶଙ୍ଖଚିଲା ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଗୁରୁଜୀ ପ୍ରଦୀପ୍ତ ବିଶ୍ୱାଳ, ମଦନ ମୋହନ ବେହେରା, ବିଧ୍ୟାଧର ସାହୁ, ନିରଞ୍ଜନ ସାହୁ, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ଅକ୍ଷୟ କୁମାର ଜେନା, ଦୀଲିପ କୁମାର ସାହୁ, ମାନସ ସାହୁ, ହଷିକେଶ ସାହୁ, ମନୋହର ରାଉତ, ଅଶୋକ କୁମାର ସାହୁ, ପ୍ରଦୀପ କୁମାର ସାହୁ, ପାଣିକୋଇଲି ଶିଶୁମନ୍ଦରର ସଭାପତି କେଶବରାଓ ଭୁକ୍ତା, ଭୁବନ ମୋହନ ମହାନ୍ତି, ଧନେଶ୍ୱର ନାଥ୍‌, ପ୍ରଭାତ ପଥାଳ, ରଘୁନାଥ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଶତାଧିକ ଶିକ୍ଷାବିତ, ବୁଦ୍ଧିଜୀବୀ ଅଂଚଳବାସୀ ଯୋଗଦେଇ ସ୍ୱର୍ଗତ ସାହୁୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ଏବସରରେ ସ୍ୱର୍ଗତ ସାହୁଙ୍କ ସ୍ମୃତିରେ ‘ଶ୍ରଦ୍ଧା ସୁମନ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ରାଇବାବୁଙ୍କ ତାଙ୍କ ସାନଭାଇ ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।