Odiapua.com

ରାଇକିଆ ଅସ୍ଥାୟୀ ବସଷ୍ଟାଣ୍ଡ ପାଲଟିଛି ପରିବା ମାର୍କେଟ

ବାଲିଗୁଡା, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କୋରନା ପାଇଁ ବସ୍ ଚଳାଚଳ ହେଉ ନଥିବା ବେଳେ କେବଳ ସକାଳ ସାତ ଟା ରୁ ୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି। ଏହି ସମୟ ରେ ରାଇକିଆ ବଜାର କୁ ବିକ୍ରି ପାଇଁ ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ଚାଷୀ ଆସୁଛନ୍ତି। ଭିଡ଼ ଏବଂ ସାମାଜିକ ଦୁରତ୍ଵ କୁ ଦୃଷ୍ଟି ରେ ରଖି ଅସ୍ଥାୟୀ ଭାବେ ବସ୍ ଷ୍ଟାଣ୍ଡ ପରିସର ରେ ଚାଷୀ ଙ୍କୁ ପରିବା ବିକ୍ରି ପାଇଁ କୁହା ଯାଇଛି। ବସ୍ ଚଳାଚଳ କରୁନଥିବାରୁ ଫାଙ୍କା ପଡିଥିବା ବସ୍ ଷ୍ଟାଣ୍ଡ ରେ ବହୁ ସଂଖ୍ୟା ରେ ପରିବା ଦୋକାନ ଖୋଲା ରହୁଛି। ମାଣିକେଶ୍ଵର, ଗୁମାମହା, ଦଡିଙ୍ଗିଆ, ମଣ୍ଡାକିଆ, ଚାଞ୍ଚେଡି ଆଦି ଅଞ୍ଚଳରୁ ଉତ୍ପାଦିତ ପରିବା ବିକ୍ରି ପାଇଁ ଆସୁଥିବା ଚାଷୀ ବସଷ୍ଟାଣ୍ଡ ର ଦୁଇ ପାଖରେ ବିକ୍ରି କରୁଛନ୍ତି। ବିକ୍ରି କରିବା ପାଇଁ ସୁବିଧା ଥିବାରୁ ଆମେ ପ୍ରତ୍ୟେକ ଦିନ ବାଇଗଣ, ଟମାଟୋ ବିକ୍ରି ପାଇଁ ରାଇକିଆ ବଜାର କୁ ଆସୁଛୁ। କେବଳ ସାମଗ୍ରୀ ବଜାର କୁ ଆଣିବାରେ କିଛି ମାତ୍ରାରେ ଅସୁବିଧା ହେଉଥିବା ବ୍ୟବସାୟ ପାଇଁ କିନ୍ତୁ ସୁବିଧା ହେଉଥିବା ସିସପାଙ୍ଗା ଅଞ୍ଚଳର ନକୁଳ ନାୟକ କୁହନ୍ତି।