Odiapua.com

ରସି ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା

ପୁରୀ,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁରୀ ସମୁଦ୍ରକୂଳ ଥାନା ଅର୍ନ୍ତଗ ପୋଲିସ ମେସ୍ ହିରକଭବନ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ହୋମଗାର୍ଡ ବେକରେ ରସି ଲଗାଇ  ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ସରୋଜ ପ୍ରଧାନ ବୋଲି ଜଣାପଡିଛି । ତେବେ ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ଅସ୍ପଷ୍ଟ ରହିଛି ।  ତେବେ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି ।