Odiapua.com

ରସଗୋଲାକୁ ନେଇ ପୁଣି ବିବାଦ

ଭୁବନେଶ୍ଵର, ୦୨/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରସଗୋଲାକୁ ନେଇ ପୁଣି ଦେଖିବାକୁ ମିଳିଛି ବିବାଦ। ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ରଦ୍ଦ କରିବାକୁ ହୋଇଥିବା ଆବେଦନ ଉପରେ ପଶ୍ଚିମବଙ୍ଗରେ ଶୁଣାଣି ହେବ ବୋଲି ଏବେ ସୂଚନା ମିଳିଛି।

ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ୨ଟି ବିଭାଗକୁ ଜିଆଇ ପକ୍ଷରୁ ନୋଟିସ୍‌ଜାରି କରାଯାଇଛି। ତେବେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ବିରୋଧରେ ଓଡ଼ିଶାର ରମେଶ ସାହୁ ନାମକ ବ୍ୟକ୍ତି ଆବେଦନ କରିଥିଲେ। ଗତ ଶନିବାର ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।