Odiapua.com

ରମେଶ ନାୟକ ଚାନ୍ଦବାଲି ବ୍ଲକ ବିଜେଡି ଉପସଭାପତି ଭାବେ ମନୋନୀତ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ର ଚର୍ଚିତ ସମାଜସେବୀ ଭାବେ ରମେଶ ନାୟକ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ନିଜ ଅଂଚଳରେ ଜଣେ ପରୋପକାରୀ ବ୍ୟକ୍ତିତ୍ୱ ହୋଇଥିବା ବେଳେ ସବୁ ସମୟରେ ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି। ସେ ସମାଜସେବା କରିବା ସହ ଦୀର୍ଘ ଦିନ ହେବ କରଞମାଳ ପଂଚାୟତର ସରପଂଚ ଭାବେ ନିଜର ଖ୍ୟାତି ବଜାଇ ରଖିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ପୁନଶ୍ଚ ଚାନ୍ଦବାଲି ବ୍ଲକର ଉପ ସଭାପତି ଭାବେ ମନୋନୀତ କରାଯାଇଛି। ଏହି ନୂତନ ଦାୟିତ୍ୱ ପାଇବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟନାୟକ, ଜିଲ୍ଲା ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ବିଜେଡି ଦଳର ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ବିଜେଡି ସଙ୍ଗଠନକୁ ତୃଣ ମୂଳ ସ୍ତରରୁ ମଜବୁତ କରିବା ସହ ଦଳକୁ ନିଜ ଲକ୍ଷ୍ୟପଥରେ ଆଗେଇ ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।