Odiapua.com

ରମଜାନ ମାସିକ ପର୍ବ ଉଦଯାପିତ: ଇଦ୍ -ଉଲ୍ -ଫିର ପାଳିତ

ବାଲିଗୁଡ଼ା ୫/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଳିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ମୁସଲ୍ ମାନ ପରିବାର ତରଫରୁ ମାସିକ ରମ୍ ଜାନ ପର୍ବକୁ ବୁଧବାର ଉଦ୍ ଯାପନ ଉତ୍ସବରେ ଇଦ୍ -ଇଲ-ଫିତର ପର୍ବ ପାଳିତ ହୋଇ ଯାଇଛି। ମୁସଲ୍ ମାନ ପରିବାର ଏହି ମାସକୁ ଚାହିଁ ରହିଥାନ୍ତି, ଧର୍ମ ଅର୍ଜନ କରିବାର ଆଶା ରଖିଥାନ୍ତି ସେମାନେ। ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏପରି ଏକ ମାସ ନିର୍ଜଳା ଉପବାସ କରିଥାନ୍ତି। କେବଳ ଉପବାସ ନୁହେଁ ଦିନକୁ ୫ ଥର ନମାଜ (ପ୍ରାର୍ଥନା) କରି ନିଜ ପରିବାର ଓ ସମାଜର ମଙ୍ଗଳ କାମନା କରିଥାନ୍ତି। ୭ ବର୍ଷରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ମାସରେ ରୋଜା ରଖି ନିଜକୁ ଧର୍ମ କାର୍ଯ୍ୟରେ ସାମିଲ୍ କରିଥାନ୍ତି। ଦିନେ ନୁହେଁ କି ଦୁଇଦିନ ନୁହେଁ ପୁରା ଏକ ମାସ ପର୍ଯ୍ୟନ୍ତ ଉପବାସ ରଖି ରମ୍ ଜାନର ସମସ୍ତ ନିୟମକୁ ଅତି ନିଷ୍ଠାର ସହ ପାଳନ କରି ଆସୁଥିଲେ ଆଜି ବୁଧବାର ଏହାର ଉଦ୍ ଯାପନ ଇଦ୍ -ଉଲ-ଫିତର ଉତ୍ସବରେ ସ୍ଥାନୀୟ ଟାଉନ୍ ର ଚମ୍ପାସାହି ଠାରେ ଥିବା ମସ୍ ଜିଦ୍ କୁ ଯାଇ ପ୍ରାୟ ଏକଶହରୁ ଉର୍ଦ୍ଧ ମୁସ୍ ଲିମ୍ ପରିବାର ନମାଜ ପଢ଼ିବା ସହ ନିଜ ନିଜ ଭିତରେ ବନ୍ଧୁ ମିଳନ କରି ପରସ୍ପର ମଧ୍ୟରେ ବିଭିନ୍ନ ରକମର ଖାଦ୍ୟ ପ୍ରସ୍ତୁତ କରି ଖୁଆଖୁଇ ହୋଇ ଏକବର୍ଷରେ ଥରେ ପଡ଼ୁଥିବା ଏହି ପର୍ବଟିକୁ ବଡ଼ ଆନନ୍ଦ ଉଲ୍ଲାସ ସହ ମଜା ମଜ୍ ଲିସ୍ ମଧ୍ୟରେ ପାଳନ କରିଥିଲେ।