Odiapua.com

ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦ ଓ କେନ୍ଦ୍ରସରକାର ଙ୍କ ନିତି ନିୟମକୁ ବିରାଧ କରି ବିଜେଡି ଦଳ ପକ୍ଷରୁ ବିକ୍ଷୋଭ

ମାଲକାନଗିରି,୨୪ା୧୧(ଓଡିଆ ପୁଅ ) ରନ୍ଧନଗ୍ୟାସର ମୂଲ୍ୟବୃଦ୍ଧି କୁ ପ୍ରତିବାଦ ଓ କେନ୍ଦ୍ର ସରକାର ଙ୍କ ନିତି ନିୟମକୁ ବିରୋଧ କରି ଆଜି ମାଲକାନଗିରି ବିଜେଡି ଦଳ ପକ୍ଷରୁ ଜିଲ୍ଲାସଦର ମହକୁମା ସହିତ ସାତଟି ଯାକ ବ୍ଲକରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ସକାଳେ ରାଜ୍ୟବିଜେଡି ସଂଗଠନ ସଂପାଦକ ତଥା ମାଲକାନଗିରି ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ କୁମାର ଡାଙ୍ଗ ଓ ପୁବ ର୍ତନ ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମଡକାମି ଓ ମହିଳା ବିଜେଡି ସଭାନେତ୍ରୀ ସୁକାନ୍ତି ବୁରଦା ଙ୍କ ନେତୃତ୍ୱରେ ବିଜୁ ଜନତାଦଳ, ବିଜୁ ଛାତ୍ର ଜନତା,ବିଜୁ ମହିଳା ମୋର୍ଚା ପକ୍ଷରୁ ମାଲକାନଗିରି ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ରେ ବସିବା ସହିତ ବିରାଟ ସୋଭା ଯାତ୍ରାରେ ସହର ପରିକ୍ରମା କରି ବିକ୍ଷୋଭପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି,ରନ୍ଧନଗ୍ୟାସ ମୂଲ୍ୟ ବୃଦ୍ଧି,ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ଦରକୁ ପ୍ରତିବାଦ କରି ବିଡିଓ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ଓ ସୋଭା ଯାତ୍ରାରେ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।