Odiapua.com

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନେଇ ବିଜେଡ଼ିର ପ୍ରତିବାଦ ସଭା

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ବାରମ୍ବାର ରାଜ୍ୟକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିଶୃତି ଦେଇ ପୁଣି ପ୍ରତାରଣା କରିବା ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ଜନାଭିମୁଖି କାର୍ଯ୍ୟକୁ ବିରୋଧ କରୁଛି । ବାରମ୍ବାର ରନ୍ଧନ ଗ୍ୟାସର ବୃଦ୍ଧିକରାଇ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛିବୋଲି ଆଜି ଧାମନଗର ବିଜୁ ଜନତାଦଳ ପକ୍ଷରୁ ପ୍ରତିବାଦ କରିବା ସହିତ ଧାମନଗର ତହସିଲ ସମ୍ମୁଖରେ ବିକ୍ଷୋଭ ମଧ୍ୟ କରିଥିଲା । ଧାମନଗର ବ୍ଲକ ଓ ଏନ୍‌ଏସି ମହିଳା, ଯୁବ ଏବଂ ଛାତ୍ର ବିଜୁ ଜନତାଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସଭାରେ ବ୍ଲକ ବିଜୁ ଯୁବ ଜନତାଦଳର ସଭାପତି ଭାରତ ବିଜୟ ଦଳାଇଙ୍କ ସଭାପତିତ୍ୱରେ କରିଥିଲେ । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ବିବିସିସି ସଭାପତି ସଭାପତି ରଘୁନାଥ ଲେଙ୍କା, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ବ୍ଲକ ଛାତ୍ରସଭାପତି ତୁଷାରକାନ୍ତ ମହାପାତ୍ର, ମହିଳା ସଭାନେତ୍ରୀ ତନୁଶ୍ରୀ ପୁହାଳ, ନଗରସଭାପତି ସୁଶାନ୍ତ କୁମାର ରାଉତ, ନଗର ସଭାନେତ୍ରୀ ନିବେଦିତା ଜେନା, ନଗର ଯୁବସଭାପତି ସେକ୍ ସୟଫୁଦ୍ଦିନ୍‌, ବରିଷ୍ଠ ସମିତିସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ କୁମାର ମଲ୍ଲିକ, ସାଂସଦଙ୍କ ନଗର ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ବିଜେଡ଼ି ନେତା ପ୍ରତାପ ସାମଲ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।

କେନ୍ଦ୍ରର ମୋଦି ସରକାର ଗଣତନ୍ତ୍ର ଓ ଜନବିରୋଧି ବୋଲି ବକ୍ତାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ବିନୋଦ କୁମାର ନାୟକ, ଶରତ କୁମାର ମାଝୀ, ସୁଶାନ୍ତ କୁମାର ମାଝୀ, ସୁଶାନ୍ତ ପଣ୍ଡା, ନରେନ୍ଦ୍ର ନାୟକ, ପଙ୍କଜ ପଣ୍ଡା, ସୁପ୍ରଭା ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା, ସେକ୍ ରୋସ୍ତମ, ସୂର୍ଯ୍ୟକାନ୍ତ ନାୟକ, ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବ୍ଲକ ଓ ଏନ୍‌ଏସି କର୍ତୁପକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଏକ ବିଶାଳ ଶୋଭାଯତ୍ରାରେ ଧାମନଗର ବିଜୁପଟ୍ଟନାୟକ ଛକଠାରୁ କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଶ୍ଳୋଗାନ ମାନ ଦେଇ ସଭାସ୍ଥଳରେ ପହଂଚିଥିଲେ । ଶେଷରେ ଯୁବ ବିଜେଡ଼ି ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।