Odiapua.com

ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

ହାଟଡ଼ିହି-୨୩ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ବ୍ଲକ ମହିଳା ବିଜେଡି ଓ ବିଜେଡି ଯୁବ ଛାତ୍ର ସଂଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ କେନ୍ଦ୍ରର ଶାସନାଧିନ ମୋଦୀ ସରକାରଙ୍କ ବିରୁଦ୍ଧରେ ବିଶେଦଗାର କରିଥିଲେ । ବିନା ମୁଲ୍ୟରେ ଉଜ୍ଜାଳା ଯୋଜନାରେ ଗରିବ ପରିବାର ଗୁଡିକୁ ଗ୍ୟାସ ଯୋଗାଇଦେବାର ମିଛ ବାହାନାରେ ପ୍ରଲୋଭିତ କରି ଏବେ ସେମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଗ୍ୟାସଦର ତିନିଶହ ଟଙ୍କାରୁ ଏବେ ହଜାରେ ଟଙ୍କାକୁ ପହଞ୍ଚାଇଲେଣି, ଯାହାଦ୍ୱାରା ଅନେକ ପରିବାରର ମହିଳାମାନେ ଗ୍ୟାସ ଛାଡି ଏବେ ପୁଣି ଚୁଲି ଫୁଙ୍କା ଆରମ୍ଭ କଲେଣି ବୋଲି ବିଧାୟକ ମୋଦୀ ସରକାରଙ୍କ ଏପରି ନିଷ୍ପତିକୁ କଟୁ ସମାଲୋଚନା କରିଥିଲେ । ମୋଦୀ ସରକାର ଯଦି ଗ୍ୟାସଦର ନକମାଇବେ ତେବେ ମହିଳାମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଚେତାବନୀ ଦେଇଥିଲେ । ସେହିପରି ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ଗ୍ୟାସଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ହାଣ୍ଡିଶାଳରେ ପଡିଛି । ସବୁଲୋକ ଏବେ ଆଉ ଗ୍ୟାସ କିଣିପାରୁ ନାହାନ୍ତି । ଏଥିପାଇଁ ଗରିବ ଲୋକମାନେ ନାନା ଅସୁବିଧର ସମ୍ମୁଖୀନ ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପରେ ଏକ ପଦଯାତ୍ରାରେ ବ୍ଲକ ପର୍ଯ୍ୟନ୍ତ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବ୍ଲକ ଛାତ୍ର ଜନତା ସଭାପତି ଗିରିଶ କୁମାର ସ୍ୱାଇଁ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମହିଳା ସଭାନେତ୍ରୀ ଦେବକୀ ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ଅଭିମନ୍ୟୁ ସେଠୀ, ତାରିଣୀ ସେନାପତି, ଧବଳେଶ୍ୱର ପଟ୍ଟନାୟକ, ମହେଶ୍ୱର ସାହୁ, ଗୌରାଙ୍ଗ ରଣା, କାମପାଳ ନାୟକ, ପ୍ରଦୀପ ଜେନା, ନିର୍ମଳ ସେଠୀ, ସୁଶାନ୍ତ ବେହେରା, ରାଜେନ୍ଦ୍ର ପାତ୍ର, ଅଜିତ ବ୍ରହ୍ମ, ଶ୍ରୀକାନ୍ତ ସେନାପତି, ଅଶୋକ ନାୟକ, ଶିଶିର ବେହେରା, ପ୍ରତାପ ସେନାପତିଙ୍କ ସମେତ ଶହଶହ କର୍ମୀ ସାମିଲ ହୋଇଥିଲେ ।